ପ୍ରଶାନ୍ତିବିହାରରେ ପୋଷଣ ମେଳା

ଚନ୍ଦ୍ରଶେଖରପୁର: ରୋଡ ଟୁ ସ୍କୁଲ୍ ପ୍ରୋଗ୍ରାମ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଲର୍ନିଂଗ୍ ଲିଙ୍କସ୍‌ ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ରଶାନ୍ତିବିହାର ଦୁର୍ଗାପୂଜା ମଣ୍ତପରେ ପୋଷଣ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ପିଲାଙ୍କ ନିମନ୍ତେ ସ୍ଵାସ୍ଥ୍ୟ ଶିବିର, ପୋଷଣ ଖେଳ, ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ ଓ ଶପଥ ପାଠ କରାଯାଇଛି। ଏହି ମେଳାକୁ ‘ରୋଡ୍ ଟୁ ସ୍କୁଲ୍ ପ୍ରୋଗ୍ରାମ’ର ପରିଚାଳକ ଶ୍ରୀକାନ୍ତ କୁମାର ସାହୁ, ପ୍ରଶାନ୍ତି ବିହାର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ସାହୁ, ପୂର୍ବତନ କର୍ପୋରେଟର୍ ମିହିର କୁମାର ରାଉତ, ପ୍ରଶାନ୍ତି ବିହାର ଗୋଷ୍ଠୀର ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ସିତାଂଶୁ ଦାସ ଉଦ୍‌ଘାଟନ କରିଥିଲେ। ଶିଶୁରୋଗ ବିଶେଷଜ୍ଞ ଆଶାପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୬୦ ଜଣ ପିଲାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା।

ପାହାଳ ଅଞ୍ଚଳର ଜୋହଳ ବସ୍ତିରେ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମର ଡା. ତନ୍ମୟ ତ୍ରିପାଠୀ, ଡା. ଲିପିକା ମହାପାତ୍ର, ଡା. ମାନବ ମଧୁଜିତ୍ ଓ ଫାର୍ମାସିଷ୍ଟ ଗୋବର୍ଦ୍ଧନ ସାହୁଙ୍କ ତତ୍ତ୍ୱାବଧାନରେ ୪୦ ଜଣ ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଛି। ମେଳାରେ ଏକ ଶହରୁ ଅଧିକ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର