ଏନ୍‌ଭିସି ହବ୍‌ ସିଇଏସ୍‌ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ

ଭୁବନେଶ୍ବର : ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗର ରାଜ୍ୟ ଏନ୍‌ଭିସି ହବ୍‌ ପକ୍ଷରୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ସୌଜନ୍ୟରେ ପରିଚାଳିତ ଇକୋ ‌ଟୁରିଜିମ୍‌, ପାରା ଟାକ୍ସୋନୋମି ଓ ଏନ୍‌ଭିରୋନ୍‌ମେଣ୍ଟାଲ୍‌ ଇମ୍ପାକ୍ଟ ଆସେସ୍‌ମେଣ୍ଟ୍‌ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ କୃତିତ୍ବ ହାସଲ କରିଥିବା ୭୦ଜର ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପରିବେଶ ଅନୁଶୀଳନ କେନ୍ଦ୍ରର ନିର୍ଦେଶକ ତଥା ରାଜ୍ୟ ଏନ୍‌ଭିସି ହବ୍‌ର ସଂଯୋଜକ ପ୍ରଫେସର ଆଶୁତୋଷ ଦେବତାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦେଶକ କେ ମୃଗୁସେନ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ନିହାର ରଂଜନ ସାହୁ, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ବୈଜ୍ଞାନିକ ଗୌରବ କୁମାର ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶାନ୍ତ କୁମାର ନାୟକ, ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ଦାସ, ଅର୍ଜୁନ କୁମାର ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର