ବିଭିନ୍ନ ପ୍ରସଙ୍ଗରେ ଆନ୍ନାଙ୍କ ପରାମର୍ଶ ଲୋଡ଼ିଲା ଏନ୍‌ଓ୍ଵାଇସିଏ

ଚନ୍ଦ୍ରଶେଖରପୁର : ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ଓଡ଼ିଶା ଗସ୍ତ ଅବସରରେ ସାମାଜିକ ସଙ୍ଗଠନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ (ଏନ୍‌ଓ୍ଵାଇସିଏ) ପକ୍ଷରୁ ତାଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରାଯାଇଥିଲା।ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଅନୁଷ୍ଠାନ ପକ୍ଷରୁ ଆନ୍ନାଜୀ ଙ୍କ ପରାମର୍ଶ ଲୋଡ଼ାଯାଇଥିଲା। ସଂଘର ସାଧାରଣ ସଂପାଦକ ବିଶ୍ୱଜିତ ପଟ୍ଟନାୟକ(ସିଲୁ)ଙ୍କ ସମେତ ଛତିଶଗଡ଼ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟର କୁଳପତି ଡ. ଜଗନ୍ନାଥ ପଟ୍ଟନାୟକ, ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବଟକୃଷ୍ଣ ପଣ୍ଡା, ଗଦାଧର ରଥ, ପ୍ରକାଶ ଚନ୍ଦ୍ର ସାହୁ, କୁମର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର