ତାମିଲନାଡ଼ୁରେ ନିର୍ବାଚନ ଡ୍ୟୁଟି କରି କୋଭିଡ୍‌ ପଜିଟିଭ୍‌ ହେଲେ ଓଏଏସ୍‌

ଷ୍ଟେଟ୍‌ ପୁଲ୍‌ ଅଧୀନକୁ ଆସିଲେ ସବୁ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ନିର୍ବାଚନ ଡ୍ୟୁଟି କରି ସଂକ୍ରମିତ ହୋଇଛନ୍ତି ୫୭ ବର୍ଷୀୟ ବରିଷ୍ଠ ଓଏଏସ୍‌। ୩ଟି ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ସହିତ ବିଭିନ୍ନ ରାଜ୍ୟର ଉପନିର୍ବାଚନର ଭୋଟ ଗଣତି ମେ’ ମାସ ୨ ତାରିଖରେ ହୋଇଥିଲା। ଏଥିରେ ରାଜ୍ୟର ୫୦ ବର୍ଷରୁ ଊର୍ଧ୍ବ ପ୍ରାୟ ୭୦ରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଡ୍ୟୁଟି ପଡ଼ିଥିଲା। ସେଠାରୁ ଫେରିବା ପରେ ସେଥିମଧ୍ୟରୁ ୪୫ଜଣ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍‌ ଟେଷ୍ଟ କରାଇଥିଲେ। ସେମାନଙ୍କ ମଧ୍ୟରୁ ତାମିଲନାଡ଼ୁ ଡ୍ୟୁଟି ପାଇଁ ଯାଇଥିବା ଜଣେ ଅଧିକାରୀ କରୋନା ସଂକ୍ରମିତ ହେବାର ରିପୋର୍ଟ ଆସିଛି। ବାହାର ରାଜ୍ୟରେ ନିର୍ବାଚନ ଡ୍ୟୁଟି ସାରି ଆସିବା ପରେ ମଧ୍ୟ କୌଣସି ଅଧିକାରୀଙ୍କୁ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ନଥିଲା। ସେମାନେ ସ୍ବାଭାବିକ ଭାବେ ଅଫିସ୍‌ ଯାଇଥିଲେ।

ଷ୍ଟେଟ୍‌ ପୁଲ୍‌ ଅଧୀନକୁ ଆସିଲେ ସବୁ ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଷ୍ଟେଟ୍ ପୁଲରେ ଅସ୍ଥାୟୀ ଭାବେ ସାମିଲ କରାଯାଇଛି। ରାଜ୍ୟରେ ଥିବା ଓଏଚ୍‌ଏମ୍‌ଏସ୍‌, ଓଏମ୍‌ଇଏସ୍‌ କ୍ୟାଡର୍‌, ଆୟୁଷ, ଦାନ୍ତ ଡାକ୍ତର, ସମସ୍ତ ପିଜି, ପିଜି ଶେଷ କରିଥିବା ଡାକ୍ତର, ଇଣ୍ଟର୍ଣ୍ଣ, ମେଡିକାଲ ଶେଷ ବର୍ଷ, ନର୍ସିଂ, ପାରାମେଡିକାଲ କର୍ମଚାରୀଙ୍କୁ ଷ୍ଟେଟ୍‌ ପୁଲରେ ସାମିଲ କରାଯାଇଛି। କୋଭିଡ୍‌ ପରିଚାଳନା ନେଇ ଆବଶ୍ୟକ ସମୟରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର