‘ଓବେସିଟି ଇଣ୍ଡିଆ-୨୦୧୯’ ସମ୍ମିଳନୀ: ଯୋଗ ଦେଲେ ୬୦୦ରୁ ଅଧିକ ବିଶେଷଜ୍ଞ

ଭୁବନେଶ୍ବର: ‘ଅଲ୍‌ ଇଣ୍ଡିଆ ଆସୋସିଏସନ୍‌ ଫର୍‌ ଆଡ୍‌ଭାନ୍ସିଂ ରିସର୍ଚ୍ଚ ଇନ୍‌ ଓବେସିଟି (ଏଆଇଏଏଆର୍‌ଓ)’ ପକ୍ଷରୁ ହୋଟେଲ ମେ’ଫେୟାରଠାରେ ଏହାର ୧୪ତମ ବାର୍ଷିକ ସମ୍ମିଳନୀ ‘ଓବେସିଟି ଇଣ୍ଡିଆ-୨୦୧୯’ ଅନୁଷ୍ଠିତ ହୋଇଯାଇଛି। ଏଆଇଏଏଆର୍‌ଓର ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଡାକ୍ତର ଭରତ ପାଣିଗ୍ରାହୀ, ଓବେସିଟି ଇଣ୍ଡିଆର ସାଂଗଠନିକ ଅଧ୍ୟକ୍ଷ ଡାକ୍ତର ଜୟନ୍ତ ପଣ୍ଡା ଓ ସହ-ସାଂଗଠନିକ ସମ୍ପାଦକ ଡାକ୍ତର ଅଭୟ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ‘ଆସନ୍ତୁ କିଛି ହରାଇ କିଛି ପାଇବା’ ଅର୍ଥାତ ମୋଟାପଣ କମାଇ ସୁସ୍ଥ ଶରୀର ପାଇବା ଚଳିତ ସମ୍ମିଳନୀର ବିଷୟବସ୍ତୁ ଥିଲା। ବରିଷ୍ଠ ଏଣ୍ଡୋକ୍ରାଇନୋଲୋଜିଷ୍ଟ ପ୍ରଫେସର ଆର୍‌. ଜେ ଦାସ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥି‌ଲେ। ଏହି ୩ ଦିନିଆ ସମ୍ମିଳନୀରେ ମୋଟାପଣ ଉପରେ କାର୍ଯ୍ୟରତ ୬୦୦ରୁ ଅଧିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର