ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଆଦିର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ‘ସୃଜନିକା’ ଅନୁଷ୍ଠାନ ପକ୍ଷରୁ ଆଜି ଲୋହିଆ ଏକାଡେମି ପରିସରରେ ଓଡ଼ିଆ ବିଭବ ଡଟ୍‌ ଇନ୍‌ େଓ୍ଵବସାଇଟ୍‌ ଲୋକାର୍ପିତ ହୋଇଯାଇଛି।  ନଷ୍ଟ ହୋଇଯାଉଥିବା ମୂଲ୍ୟବାନ ପୁରୁଣା ଓଡ଼ିଆ ପୁସ୍ତକ, ପତ୍ରିକା, ଖବର କାଗଜର ଡିଜିଟାଇଜେସନ କରାଯାଇ େଓ୍ଵବସାଇଟ୍‌ରେ ପ୍ରଦାନ କରାଯାଇଛି।

Advertisment

ଉତ୍କଳ ଦୀପିକା, ସମ୍ବଲପୁରୀ ହିତୈଷିଣୀ, ବାଲେଶ୍ୱର ସମ୍ବାଦ ବାହିକା ପରି ଖବର କାଗଜ ସହ ଉତ୍କଳ ସାହିତ୍ୟ, ମୁକୁର, ସହକାର, ସତ୍ୟବାଦୀ ଓ ନବଭାରତ ପରି ପତ୍ରିକା ଦେଖିପାରିବେ।  ୧୯୫୦ ମସିହା ପୂର୍ବରୁ ପ୍ରକାଶିତ ୨୧ଟି ଖବରକାଗଜ, ୬୮ଟି ପତ୍ରପତ୍ରିକା ସହ ପ୍ରାୟ ୬୦ଟି ପୁସ୍ତକ ମଧ୍ୟ ଉପଲବ୍ଧ। ଧୀରେ ଧୀରେ େଓ୍ଵବ୍‌ସାଇଟ୍‌ରେ ଅନ୍ୟାନ୍ୟ ବିଷୟ ଉପଲବ୍ଧ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ରେଫରେନ୍‌ସ ବିଭାଗରେ ପରିକ୍ରମା, ଭାଷା-ସାହିତ୍ୟ, ଜ୍ଞାନକୋଷ, ଗ୍ରନ୍ଥ ସୂଚୀ, ଇତିହାସ ଓ ସଂସ୍କୃତି, କଳା ଭାସ୍କର୍ଯ୍ୟ, ଚରିତ ପଞ୍ଜିକା, ପ୍ରକୃତି ଆଦି ଉପବିଭାଗମାନ ରହିଛି।  ବିଶେଷ ବିଭାଗରେ ଓଡ଼ିଆ ଭାଷାର ଅମୂଲ୍ୟ ରତ୍ନ ଗୀତ ଗୋବିନ୍ଦ, ଓଡ଼ିଆ ରଚନା ଚର୍ଯ୍ୟାଗୀତିକା, ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ, ଓଡ଼ିଆ ଭାଷାର କୋଣାର୍କ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରହିଛି।  ଶବ୍ଦାର୍ଥ ବିଭାଗରେ ତିରିଶ ହଜାର ଓଡ଼ିଆ ଓ ଇଂରାଜୀ ଶବ୍ଦର ଅର୍ଥ,  ସାଧନ ବିଭାଗରେ ଓଡ଼ିଆ ଭାଷାରେ କମ୍ପ୍ୟୁଟରରେ କାମ କରିବା ପାଇଁ ‘ସୃଜନିକା’ ବିକଶିତ କରିଥିବା କିଛି ସାଧନ ସହ ଅନ୍ୟମାନେ ପ୍ରସ୍ତୁତ କରିଥିବା ସାଧନ ସମ୍ପର୍କରେ ସୂଚନା ରହିଛି। ଆଜିର ଏହି ଲୋକାର୍ପଣ ଉତ୍ସବରେ ସୃଜନିକାର କର୍ମକର୍ତା ନିଖିଲ୍‌ ପଟ୍ଟନାୟକ, ପୁଷ୍ପଶ୍ରୀ ପଟ୍ଟନାୟକ ଓ ଜୀବନ ପ୍ରମୁଖ େଓ୍ଵବସାଇଟ୍‌ ସର୍ମ୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଅନେକ ଓଡ଼ିଆ ଭାଷାପ୍ରେମୀ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।