୧୨ରେ ଲୋକାର୍ପିତ ହେବ ‘ଓଡ଼ିଆ ବିଭବ’

ଭୁବନେଶ୍ୱର : ଆମ ପୁରୁଣା ତଥା ଦୁର୍ଲଭ ପୁସ୍ତକ ସବୁ ଧୀରେ ଧୀରେ ନଷ୍ଟ ହେବାକୁ ବସିିଲାଣି। ଯେଉଁ କେତେ ଖଣ୍ଡ ଅଛି, ତାହା ବି ସହଜ ଉପଲବ୍ଧ ନୁହେଁ। ତେଣୁ ପୁରୁଣା ବହିକୁ ସାଇତି ରଖିବା ତଥା ଆମ ମହାନ ଐତିହ୍ୟ, ସଂସ୍କୃତି, ଭାଷା ଓ ସାହିତ୍ୟକୁ ପାଠକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଜ୍ଞାନପ୍ରେମୀ ଦଳ ‘ସୃଜନିକା’ ପକ୍ଷରୁ ଏସବୁର ଡିଜିଟାଲାଇଜେସନ୍‌ ଆରମ୍ଭ ହୋଇଛି। ଏହାକୁ ପାଠକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ‘ଓଡ଼ିଆ ବିଭବ’ ନାମକ ଏକ େଓ୍ଵବ୍‌ସାଇଟ୍‌ ମଧ୍ୟ ଖୋଲାଯାଉଛି। ଆସନ୍ତା ୧୨ ତାରିଖ ଦିନ ସ୍ଥାନୀୟ ଲୋହିଆ ଏକାଡେମିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି େଓ୍ଵବ୍‌ସାଇଟ୍‌ ଲୋକାର୍ପିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି େଓ୍ଵବ୍‌ସାଇଟ୍‌ ବ୍ୟବହାରକାରୀଙ୍କ ପାଇଁ ଅନ୍‌ଲାଇନ୍‌ ପାଠାଗାର ଭଳି କାର୍ଯ୍ୟ କରିବ। ଅନୁଷ୍ଠାନ ପକ୍ଷରୁ ଗତ ୧୩ ବର୍ଷ ହେଲା ଏହି ଡିଜିଟାଲାଇଜେସନ୍‌ ଆରମ୍ଭ ହୋଇଥିବା ବେଳେ ୧୦ ବର୍ଷ ମଧ୍ୟରେ ବହୁ ପୁରୁଣା ଖବର କାଗଜ, ପତ୍ରିକା, ଅଭିଧାନ ଓ ପୁସ୍ତକକୁ ଇଲେକ୍ଟ୍ରୋନିକ୍‌ସ୍‌ ମାଧ୍ୟମରେ ସଂରକ୍ଷିତ କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ପୃଷ୍ଠା ଡିଜିଟାଇଜ୍‌ ହୋଇସାରିଲାଣି। ଏଥିରେ ଉତ୍କଳ ଦୀପିକା, ସମ୍ବଲପୁର ହିତୈଷିଣୀ, ବାଲେଶ୍ୱର ସମ୍ବାଦବାହିକା ପରି ଖବରକାଗଜ, ଉତ୍କଳ ସାହିତ୍ୟ, ମୁକୁର, ସତ୍ୟବାଦୀ, ସହକାର ପରି ପତ୍ରିକା ରହିଛି। ଏଥିରେ ୧୯୫୦ ପୂର୍ବର ବହୁ ବହି ଓ ପୁରୁଣା ଅଭିଧାନ ମଧ୍ୟ ରହିଛି। ପୂର୍ବରୁ ଏସବୁ ସିଡି ବା ଡିଭିଡିରେ ଉପଲବ୍ଧ ହୋଇଥିବା ବେଳେ ଏନେଇ େଓ୍ଵବ୍‌ସାଇଟ୍‌ ଦ୍ୱାରା ପାଠକ ଅଧିକ ଉପକୃତ ହେବେ। ଏଥିସହ ବ୍ୟବହାରକାରୀ ନିଜ ଆବଶ୍ୟକ ଅନୁସାରେ େଓ୍ଵବ୍‌ସାଇଟ୍‌ରୁ ବହି, ପତ୍ରିକା ବା ଖବରକାଗଜ ଡାଉନ୍‌ଲୋଡ୍‌ କରି ସଂରକ୍ଷିତ କରିପାରିବେ।

ସମ୍ବନ୍ଧିତ ଖବର