ଭୁବନେଶ୍ୱର: ଯାଜପୁର ଜିଲ୍ଲା ଜଖପୁରା ଗ୍ରାମର ଏକ ଚାଷୀ ପରିବାରର ପୁଅ ଅର୍ମାନ ମହାନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଜମେର୍, ରାଜସ୍ଥାନ ପକ୍ଷରୁ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପି.କେ ମିଶ୍ର ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏମ୍ଏସ୍ସି ମାଇକ୍ରୋବାୟୋଲୋଜି ଅଧ୍ୟୟନ କରୁଥିଲେ। ଜେଜେବାପା ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ପ୍ରେରଣାରେ ସେ ଭୁବନେଶ୍ୱର ଆସି ଉଚ୍ଚ ଶିକ୍ଷା ଲାଭ କରିଥିଲେ। ତାଙ୍କ ପିତା ଜଗଦାନନ୍ଦ ମହାନ୍ତି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ। ଅର୍ମାନ ଡିଏଭି ପବ୍ଲିକ୍ ସ୍କୁଲ୍ରେ ପଢ଼ିଲା ପରେ ବିଜେବି କଲେଜ୍ରୁ ଡିଗ୍ରି ହାସଲ କରିଥିଲେ।
ଓଡ଼ିଆ ପୁଅ ଅର୍ମାନ୍ ମହାନ୍ତିଙ୍କୁ ସ୍ୱର୍ଣ୍ଣ ପଦକ
/sambad/media/post_attachments/wp-content/uploads/2017/11/goutam-vai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)