ଆମେରିକା ଦୂତାବାସ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ: ଓଡ଼ିଆ ପୁଅ ସାତ୍ତ୍ୱିକ ପଟ୍ଟନାୟକ ଶ୍ରେଷ୍ଠ

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଆୟୋଜିତ ଏକ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ‘ଜଳବାୟୁ ପରିବର୍ତ୍ତନ ଓ ତାହାର ପ୍ରଭାବ’ ପ୍ରତିଯୋଗିତାର ଶୀର୍ଷକ ଥିଲା। ଏଥିରେ ଶ୍ରେଷ୍ଠ ବିବେଚିତ ହେବା ପରେ ସେ ଦୂତାବାସ ତରଫରୁ ଦେଶର ପ୍ରମୁଖ ୮ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ବିଜେବି ମହାବିଦ୍ୟାଳୟର ଛାତ୍ର। ସହିଦନଗର ନିବାସୀ ଅବସରପ୍ରାପ୍ତ ଓ.ଏ.ଏସ୍‌ ସ୍ୱର୍ଗତ ବୀର କିଶୋର ପଟ୍ଟନାୟକଙ୍କ ନାତି ତଥା ସନ୍ତୋଷ ପଟ୍ଟନାୟକ ଓ ରଶ୍ମି ପଟ୍ଟନାୟକଙ୍କ ପୁଅ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର