ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ହ୍ବାଇଟ୍ କାନଭାସ୍ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ୯ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ ଅନୁଷ୍ଠିତ ହେବ। ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡର ହାସ୍ୟ ଅଭିନେତା ଜନି ଲିଭର୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ୨୫ଟି ବର୍ଗରେ ଓଲିଉଡର କଳାକାରମାନଙ୍କୁ ପୁରସ୍କୃତ କରାଯିବ। ଏଥିରେ ଓଲିଉଡ୍ର ଜଣେ ବର୍ଷିଆନ ଅଭିନେତାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର, ଜଣେ ବରିଷ୍ଠ କଳାକାରଙ୍କୁ ଓଲିଉଡ ଆଇକନ୍ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯିବ। ଏହି ପୁରସ୍କାର ସମାରୋହରେ ବଲିଉଡ୍ ଓ ଓଲିଉଡ୍ର କଳାକାରଙ୍କ ସମେତ ମିସ୍ ଏସିଆ ପେସିଫିକ୍ ବିଜେତା ମଧ୍ୟ ଯୋଗଦେବେ। ଚଳିତବର୍ଷର କାର୍ଯ୍ୟକ୍ରମକୁ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ ବୋଲି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ ପରିବାର ପକ୍ଷରୁ ଉଲ୍ଲାସ ଚନ୍ଦ୍ର ବେହୁରା ଏବଂ ସ୍ମୃତିଶିକ୍ତ ସାମନ୍ତରାୟ କହିଛନ୍ତି। ଖୁବ୍ଶୀଘ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ୩୦ରେ, ଯୋଗଦେବେ ଜନି ଲିଭର୍
/sambad/media/post_attachments/wp-content/uploads/2019/03/download-3-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)