ଓଡ଼ିଆ ଚଳଚ୍ଚିତ୍ର ‘କୁଇନ୍‌’ର ଅଡିଓ ରିଲିଜ

ଭୁବନେଶ୍ବର: ବିଦିଶା କ୍ରାଫ୍ଟ ବ୍ୟାନ‌ର୍‌ରେ ବର୍ଷା ପ୍ରିୟଦର୍ଶନୀ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘କୁଇନ୍‌’ର ଅଡିଓ ରିଲିଜ୍‌ ସମାରୋହ ଆଜି ହୋଟେଲ ମ୍ୟା‌ରିୟନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ର‌ଯୋଜକ ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମୃତ୍ୟୁଞ୍ଜୟ ସାହୁ ‌ଦେଇଥିବା ବେଳେ ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆଜିର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସମେତ ଶ୍ରୀ କାନ୍ଦୋଇ, ନିର୍ଦ୍ଦେଶକ ଶ୍ରୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଓ ସଂଳାପକାର ବିଜୟ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରଟି ଆସନ୍ତା ୧୦ ତାରିଖରେ ପରଦାକୁ ଆସିବ ବୋଲି ଏହି ଅବସରରେ ସୂଚନା ମିଳିଛି। ଚଳଚ୍ଚିତ୍ରରେ ବର୍ଷାଙ୍କ ସମେତ ଜୟଜିତ୍‌ ଦାସ, ହରିହର ମହାପାତ୍ର, ଉଷଶୀ ମିଶ୍ର, ପପି ସନ୍ତୁକା, ଲିପ୍‌ସା ମିଶ୍ର, ଅନନ୍ତ ରଥ ଓ ଜିତାରାଣୀ ଜୈନ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର