ବିବାହ ବନ୍ଧନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟକ ଅମ୍ଳାନ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ସେ କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କର ବାସଭବନରେ ଭୂମିକାଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର ଦାସଙ୍କ ସମେତ କେତେକ ପ୍ରିୟ ପରିଜନ ଉପସ୍ଥିତ ଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ଅମ୍ଳାନଙ୍କର ନିର୍ବନ୍ଧ ହୋଇଥିଲା। ତାଙ୍କର ଜୀବନସାଥୀ ଭୂମିକା କିନ୍ତୁ ଫିଲ୍ମଦୁନିଆ ସହ ଜଡ଼ିତ ନୁହନ୍ତି। ଓଲିଉଡରେ ଷ୍ଟାରସନ୍‌ ଅମ୍ଳାନ ନିଂରଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌.କେ.ମୁରଲୀ ଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ ସିନେମା ଦୁନିଆକୁ ପ୍ରବେଶ କରିଥିଲେ। ଏହାପରେ ସେ ଅନେକ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର