ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ‘ଚୁମ୍କି-ସେ ତ ପାଣିରେ ବୁଡ଼ିବ ନାହିଁକି’ ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି। ଏହି ଉପଲକ୍ଷେ ସ୍ତୁତିରେ ଗ୍ରାଣ୍ଡ ପ୍ରିମିୟର୍ ସୋ’ ଆୟୋଜିତ ହୋଇଥିଲା। ଏଥିରେ ଚଳଚ୍ଚିତ୍ରର ନିର୍ମାତା ନିର୍ଦ୍ଦେଶକ, କଳାକାର ଓ ଟେକ୍ନିସିଆନ୍ଙ୍କ ସମେତ ଓଲିଉଡ୍ ଜଗତ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଥମ ସୋ’ ହାଉସଫୁଲ୍ ହୋଇଥିଲା ବେଳେ ପ୍ରେକ୍ଷାଳୟରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ‘ଭଦ୍ର ମୋସନ୍ ଷ୍ଟୁଡିଓ’ ନିବେଦିତ ତଥା ଉପହାର ଭଦ୍ର ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଗିରୀଶ ମହାନ୍ତି।
ରବୀନ୍ଦ୍ର ବେହେରା ଏହାର ସିନେମାଟୋଗ୍ରାଫି ଦାୟିତ୍ବ ତୁଲାଇଥିବା ବେଳେ ବିଭୂତି ଭୂଷଣ ଗଡ଼ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ଭରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ରାଜେଶ ଦାଶ ଚଳଚ୍ଚିତ୍ରର ସମ୍ପାଦନା କରିଛନ୍ତି। ଚଳଚ୍ଚିତ୍ରର ମୌଳିକ କାହାଣୀକୁ ନେଇ ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଟେଲିଭିଜନ୍ ଜଗତରେ ସଫଳତା ହାସଲ କରିଥିବା ଅଭିନେତ୍ରୀ ଉପାସନା ପ୍ରଥମ କରି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଡ଼ ପରଦାରେ ପାଦ ଥାପିଛନ୍ତି। ତାଙ୍କ ସହ ନାୟକ ଶ୍ରେୟାନ୍ଙ୍କ ଯୋଡ଼ିକୁ ପ୍ରଥମଥର ପାଇଁ ଦର୍ଶକ ପରଦାରେ ଦେଖିବେ। ଚଳଚ୍ଚିତ୍ର ମାଧ୍ୟମରେ କେବଳ ନାୟିକା ନୁହଁନ୍ତି, ନିର୍ଦ୍ଦେଶକ ଗିରୀଶ ମହାନ୍ତି ମଧ୍ୟ ଓଲିଉଡ୍ରେ ଖାତା ଖୋଲିଛନ୍ତି। ଚଳଚ୍ଚିତ୍ରଟିରେ ୬ଟି ମନଛୁଆଁ ଗୀତ ରହିଛି। ଏଥିରେ କୁମାର ସାନୁ, ଉଦିତ୍ ନାରାୟଣ, ଅସୀମା ପଣ୍ଡା, ସ୍ୱୟଂ ପାଢ଼ୀ, ଅର୍ପିତା ଚୌଧୁରୀ, ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ଅନ୍ତରା ଚକ୍ରବର୍ତ୍ତୀ, ଦୀପ୍ତିରେଖା ଓ ପପୁ ପମ୍ପମ୍ ପ୍ରମୁଖ କଣ୍ଠଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/36-11.jpg)