ସୋସିଆଲ୍‌ ମିଡିଆରେ ଗୀତ ଗାଇ ସୋନମ କପୁରଙ୍କ ମନ ଜିଣିଲେ ଓଡ଼ିଆ ଝିଅ : ସଉକ ପୂରଣ କଲା ସ୍ୱପ୍ନ

ସେ ପେସାଦାର କଣ୍ଠଶିଳ୍ପୀ ନୁହନ୍ତି। ମାତ୍ର ଗୀତ ଗାଇ ସୋସିଆଲ୍‌ ମିଡିଆରେ ଛାଡ଼ିବା ତାଙ୍କର ବଡ଼ ସଉକ। ତେବେ ଏହି ସଉକ ଆମେରିକାର ଚିକାଗୋରେ ରହୁଥିବା ଓଡ଼ିଆ ଝିଅ ଲିସା ମିଶ୍ରଙ୍କ ପାଇଁ ସୋନେ ପେ ସୁହାଗା ସଦୃଶ ହୋଇଛି। ଘରେ ଭାଓଲିନ୍‌ ବଜାଇ ବୀରା ଦି େଓ୍ଵଡିଂ ଚଳଚ୍ଚିତ୍ରର ‘ତରିଫନା… ଗୀତ ଗାଇ ଏହାକୁ ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟା ପ୍ରକାଶ ଭ୍ୟାରିୟରଙ୍କ ପରି ସେ ଖାଲି ରାତାରାତି ଇଣ୍ଟରନେଟ୍‌ରେ ଛାଇ ଯାଇନାହାନ୍ତି ବରଂ ସୋନମ କପୁର ଏ ଗୀତ ଶୁଣିବା ପରେ ତାଙ୍କୁ ମୁମ୍ବାଇ ଡକାଇଥିଲେ।

ଲିସାଙ୍କ କଣ୍ଠରେ ତରିଫନା..ଗୀତ ସୋନମଙ୍କୁ ଏତେ ପସନ୍ଦ ଆସିଲା ଯେ ସେ ତାଙ୍କୁ ମୁମ୍ବାଇ ଡକାଇ ଗୀତଟିକୁ ଆଉଥରେ ରେକର୍ଡିଂ କରିବାକୁ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ। ସଲିଲ କୁମାର ମିଶ୍ରଙ୍କ ଝିଅ ଲିସାଙ୍କ କହିବା ମୁତାବକ, ମୁଁ ଯେବେ ଅଫିସ୍‌ରୁ ଗାଡ଼ି ଚଳାଇ ଘରକୁ ଫେରୁଥାଏ ସେହି ସମୟରେ ହଠାତ୍‌ ଦେଖିଲି ମୋ ଦ୍ୱାରା ସୁଟ୍‌ ହୋଇଥିବା ଭିଡିଓଟି ସୋନମ କପୁର ତାଙ୍କ ସୋସିଆଲ୍‌ ମିଡିଆ ପୃଷ୍ଠାରେ ସେୟାର କରିଛନ୍ତି। ଏହି ସେୟାର ପରେ ତାଙ୍କ ବାପା ଅନିଲ କପୁର, ଭାଇ ହର୍ଷବର୍ଧନ କପୁର କମେଣ୍ଟ୍‌ ଦେବା ସହ ଏକତା କପୁର ବି ଏହାକୁ ନିଜ ପୃଷ୍ଠାରେ ସେୟାର କରିଥିଲେ। ଏ ସବୁ ଚମତ୍କାରିତା ଭିତରେ ସୋନମ ମତେ ମୁମ୍ବାଇ ଡକାଇଲେ। ଖବର ପାଇବା କ୍ଷଣି ଲିସା ତୁରନ୍ତ ମୁମ୍ବାଇ ଆସୁଥିବା ବିମାନ ଚଢ଼ି ୨୪ ଘଣ୍ଟା ମଧ୍ୟରେ ସୋନମ କପୁରଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସୋନମଙ୍କ ସମେତ କରିନା କପୁର ଓ ରିହା ଏବଂ ‘ବୀରା ଦି େଓ୍ଵଡିଂ’ର ସମସ୍ତ କଳାକାରଙ୍କୁ ଦେଖି ଖୁସିରେ ବିଭୋର ହୋଇଯାଇଥିଲେ।

ପରେ ଲିସା ମେକଅପ୍‌ ନେଇ ରେକର୍ଡିଂ ପାଇଁ ପ୍ରସ୍ତୁତ ହେଲେ। ଶେଷରେ ୨ ଦିନ ମଧ୍ୟରେ ଗୀତଟି ରେକର୍ଡିଂ ହୋଇଗଲା। ୫ ଦିନର ରହଣି ମଧ୍ୟରେ ସେ ନିଜର ପ୍ରିୟ ହିରୋଇନ୍‌ କରିନା କପୁରଙ୍କୁ ପାଖରେ ପାଇ ଆହୁରି ବିଭୋର ହୋଇଯାଇଥିଲେ। ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ତାଙ୍କର ଏହି ଭିଡିଓ ପାଇଁ ୫ଲକ୍ଷରୁ ଊର୍ଧ୍ୱ ମତାମତ ଆସିଥିବା ବେଳେ ଓଡ଼ିଆ ଝିଅ ଲିସା ମିଶ୍ର ସମଗ୍ର ଦେଶରେ ଚର୍ଚିତ ଚେହେରା ପାଲଟି ଯାଇଛନ୍ତିି।

ସମ୍ବନ୍ଧିତ ଖବର