ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳଠାରେ ଆୟୋଜିତ ଏକ ସାଂସ୍କୃତିକ ପ୍ରତିଯୋଗିତାରେ ଭେଲୋର୍‌ସ୍ଥିତ ପ୍ରବାସୀ ଓଡ଼ିଆଙ୍କ ଉତ୍କଳ ସାଂସ୍କୃତିକ ପରିଷଦ ପ୍ରଥମ ସ୍ଥାନ ଅଧିକାର କରିଛି। ପରିଷଦର ଛାତ୍ରଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ଓଡ଼ିଆ ଭାଷାର ମହତ୍ତ୍ବ, ଜଗନ୍ନାଥଙ୍କ ରଥଯାତ୍ରା, ପାଇକ ବିଦ୍ରୋହ, ଗୋଟିପୁଅ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ନୃତ୍ୟକୁ ପ୍ରସ୍ତୁତି କରିବାରେ ପରିଷଦର ସାଂସ୍କୃତିକ ସଚିବ କପିଳେନ୍ଦ୍ର ମହାପାତ୍ର, ସହ ସଚିବ ପ୍ରଶାନ୍ତ ନାୟକ, ଅକ୍ଷୟ ପରିଡ଼ା, ନନ୍ଦକିଶୋର ଓରାମ ଏବଂ ଅଜୟ କୁମାର ସାହୁ ପ୍ରମୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।