‘ଓଡ଼ିଆ ଲୋକନାଟ୍ୟ ପରମ୍ପରା ଓ ଜଗନ୍ନାଥ ପାଣି’ ଉନ୍ମୋଚିତ

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ୱାରା ରଚିତ ଆଲୋଚନାଗ୍ରନ୍ଥ ‘ଓଡ଼ିଆ ଲୋକନାଟ୍ୟ ପରମ୍ପରା ଓ ଜଗନ୍ନାଥ ପାଣି’ ଆଜି ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ନାଟ୍ୟକାର ଶ୍ରୀ ନାୟକଙ୍କ ୪୧୬ ପୃଷ୍ଠା ସମ୍ବଳିତ ଏହି ଗ୍ରନ୍ଥଟି ଜଗନ୍ନାଥ ପାଣିଙ୍କ ପ୍ରତିଭା ଓ କୃତିକୁ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ‘ବାଣୀଚିତ୍ର’ର ମୁଖ୍ୟ ସମ୍ପାଦକ ପରୀକ୍ଷିତ ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ଦାସ, ଦାଶରଥି ବେହେରା, ଶେଷଦେବ ମିଶ୍ର, ନିରୋଜ ମହାନ୍ତି ଓ ବଂଶୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର