ଭୁବନେଶ୍ବର,: ରସୁଲଗଡ଼ସ୍ଥିତ ନେକ୍ସସ୍ ଏସପ୍ଲାନେଡ୍ ମଲ୍ ପରିସରରେ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଏଥିରେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ଓଏଫ୍ଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଆଇଏଚଏମ ଅଧ୍ୟକ୍ଷା ଶାରଦା ଘୋଷ, ପର୍ଯ୍ୟଟନ ବିଭାଗ ଓଏସ୍ଡି ଅଶୁଂମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ସବୁ ସମୟରେ ଏହି ମଲ୍ ଲୋକମାନଙ୍କ ସହିତ ଓଡ଼ିଶାର ସଂସ୍କୃତି ଓ ପର୍ବପର୍ବାଣୀକୁ ସମ୍ମାନ ପ୍ରଦର୍ଶନ କରିଆସୁଛି। ଆମେ ଯେତେ ଆଧୁନିକ ହେଲେ ମଧ୍ୟ ଆମର ପର୍ବପର୍ବାଣୀ ଓ ସଂସ୍କୃତିକୁ ଭୁଲିବା ଉଚିତ ନୁହେଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିରେ ୧୫ଜଣ ଫୁଡ୍ ବ୍ଲଗର୍ ଓ ମଲ୍ କର୍ମଚାରୀ ଯୋଗ ଦେଇଥିଲେ।