ଭୁବନେଶ୍ବର: ମରିସସରେ ଆୟୋଜିତ ମିସେସ୍ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଜାତୀୟସ୍ତରୀୟ ଗ୍ରାଣ୍ଡ ଫିନାଲେର ପ୍ଲାଟିନମ ବର୍ଗରେ ଓଡ଼ିଆ ମହିଳା ସୋନାଲୀ ରାଜ ମହାନ୍ତି ମିସେସ୍ ଇଣ୍ଡିଆ ୟୁନିଭର୍ସ ୨୦୧୯ ୱାର୍ଲ୍ଡ ଟାଇଟଲ ବିଜୟିନୀ ହୋଇଛନ୍ତି। ଶ୍ରୀମତୀ ମହାନ୍ତି ଓଡ଼ିଶାର ଜଣେ ମହିଳା ଉଦ୍ୟୋଗପତି ତଥା ସୌନ୍ଦର୍ଯ୍ୟ ବିଶେଷଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
/sambad/media/post_attachments/wp-content/uploads/2019/12/sonaliraj-mohanty.jpg)
ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଭୁବନେଶ୍ବର ଅଡିସନରେ ରାଜ୍ୟର ବିଭିନ୍ନ ସହରରୁ ୬୦ ଜଣ ମହିଳା ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଜାତୀୟସ୍ତରକୁ ଚୟନ କରାଯାଇଥିଲା। ମରିସସଠାରେ ଆୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/d56dg54d56dg546d56g456d546g546dg546.jpg)