ଭୁବନେଶ୍ୱର : ‘ଧଉଳି ରିଭ୍ୟୁ ଟ୍ରଷ୍ଟ’ ପକ୍ଷରୁ ସ୍ଥାନୀୟ ଇଡ୍କଲ୍ ଅଡିିଟୋରିୟମ୍ଠାରେ ଆୟୋଜିତ କଳା, ସାହିତ୍ୟ, ସଂଗୀତ ଓ ନୃତ୍ୟର ଅନନ୍ୟ ପର୍ବ ‘ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ’ ଆଜି ଶେଷ ହୋଇଛି। ଏହି ଅବସରରେ ଭାରତର ଉତ୍ତର ପୂର୍ବାଞ୍ଚଳର ବହୁ ଲେଖକ ଉପସ୍ଥିତ ଥିଲେ। ଉତ୍ତର-ପୂର୍ବାଞ୍ଚଳ ଜୋନ୍ର ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର ଏହାକୁ ପରିଚାଳନା କରିଥିଲେ। ଏହା ପରେ ମନୁ ଦାଶଙ୍କ ଅଧ୍ୟକ୍ଷତାରେ ‘ସାହିତ୍ୟର ଜଗତୀକରଣ’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅମିର ଓର୍, ହେଲ୍ମୁଥ୍ ନିଡର୍ଲେ ଓ ମୁସ୍ତାଫା ଷ୍ଟିଟୋଉ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ଜାପାନୀ କବିତାର ଏକ ରୂପ ‘ହାଇକୁ’ ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଜୟ ମହାଲାଙ୍କ ଦ୍ୱାରା ରଚିତ ଓଡ଼ିଆ ହାଇକୁକୁ ସେ ପରିବେଷଣ କରିଥିଲେ। କାଲା ରମେଶ, ଅଞ୍ଜଳି ଦେଓଧର, ଶୋଭନ କୁମାର ପ୍ରମୁଖ ଯୋଗ ଦେଇଥିଲେ। ସଙ୍ଗୀତରେ ସାହିତ୍ୟର ପ୍ରାଧାନ୍ୟତା ଉପରେ ଆୟୋଜିତ ସାହିତ୍ୟ-ସଙ୍ଗୀତ କାର୍ଯ୍ୟକ୍ରମରେ ଏନ୍ ମୁନିଷ ସିଂହ, ସୁସ୍ମିତା ଦାସ, ମିତାଲି ଚିନାରା, ଓମ୍ ପ୍ରକାଶ ମହାନ୍ତି ଓ ଆଦ୍ୟାଶା ଦାସ ପ୍ରମୁଖ ଆଲୋଚନା କରିଥିଲେ। ବିଶ୍ୱ ଦରବାରରେ ଓଡ଼ିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ଏତିହ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ଉପରେ ସତ୍ୟ ନାରାୟଣ ମହାନ୍ତି, ରମେଶ ଚନ୍ଦ୍ର ପରିଡ଼ା, ଦୀପକ ସାମନ୍ତରାୟ ପ୍ରମୁଖ ଆଲୋକପାତ କରିଥିଲେ। କବି ପ୍ରଦୀପ ବିଶ୍ୱାଳ ଏହାକୁ ସଂଯୋଜନା କରିଥିଲେ।
ଶେଷ ହେଲା ‘ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ’
/sambad/media/post_attachments/wp-content/uploads/2018/02/ORT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)