ଭୁବନେଶ୍ୱର: ରୋଟାରି ଏଲିଟ୍ ଓ ଇ କ୍ଲବ୍ ଆନୁକୂଲ୍ୟରେ ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିବା ଲାଗି କଳିଙ୍ଗ ଷ୍ଟାଡିୟମ ଫୁଟ୍ବଲ୍ ଅଭ୍ୟାସ ପଡ଼ିଆରେ ‘କ୍ରିକେଟେବୁଲ୍-୨୦୧୮’ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍ ସଂଘ ୯ ଓ୍ଵିକେଟ୍ରେ ରୋଟାରି-୩୨୬୨କୁ ପରାସ୍ତ କରି ଟ୍ରଫି ହାତେଇ ନେଇଛି। ଦିବ୍ୟାଙ୍ଗ ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିବା ସୁଶାନ୍ତ ମଲ୍ଲିକ (୪୦)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ରୋଟାରିର ପୂର୍ବତନ ଗଭର୍ନର ଡିଏନ୍ ପାଢ଼ୀ, ରବି ନନ୍ଦ, କ୍ରିକେଟର୍ ପ୍ରଭଞ୍ଜନ ମଲ୍ଲିକ ଅତିଥି ଭାବେ ଉପସ୍ଥିତ ଥିଲେ। ରୋଟାରି କ୍ଲବ୍ ଏଲିଟ୍ର ସଭାପତି ରୋଟାରିଆନ୍ ବିଶ୍ୱରଂଜନ ପଟ୍ଟନାୟକ, ଇ-କ୍ଲବ୍ର ସଭାପତି ଜୟଶ୍ରୀ ମହାନ୍ତି ଏବଂ ରୋଟାରିଆନ୍ କମଳାକାନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍ ସଂଘ ଜିତିଲା କ୍ରିକେଟେବୁଲ୍
/sambad/media/post_attachments/wp-content/uploads/2018/01/10-Rotary-cricketable-2018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)