ରାଜଧାନୀରେ ଛାତ୍ର କଂଗ୍ରେସର ବିନା ହେଲମେଟରେ ବାଇକ୍ ରାଲି: ଡିସିପି କହିଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିନା ହେଲମେଟରେ ବାଇକ ରାଲି କରୁଥିଲେ ଛାତ୍ର କଂଗ୍ରେସ । ଏହାକୁ ନେଇ ଡିସିପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଉକ୍ତ ଘଟଣାରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି ହୋଇଥିଲା। କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା ନଜର ଆସିଥିଲେ। ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ କଡ଼ା ଚେକିଂ ସହ ଫାଇନ୍ କାଟୁଛି ପୁଲିସ୍ କିନ୍ତୁ କଂଗ୍ରେସ ପାଇଁ କେତେ କାଟିବେ ତାହା ଉପରେ ନଜର।
ଅନ୍ୟପଟେ କଂଗ୍ରେସର ଓଡ଼ିଶା ବନ୍ଦ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ସରିଛି। ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। କିନ୍ତୁ ଯେଉଁମାନେ ବିନା ହେଲମେଟରେ ରାଲି କରିଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର