ଭୁବନେଶ୍ୱର: ୟୁନିଟ୍-୩ ସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ୍ଏସ୍ବିଇଡି କମିସନର ଡ.ମିନତି ବେହେରା ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ବ୍ୟାଖ୍ୟାକୁ ବୁଝାଇଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ ବ୍ୟକ୍ତି ହେବାପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ ଦେବେନ୍ଦ୍ର କୁମାର ପ୍ରଧାନ ଏବଂ ଅନ୍ୟ ଅତିଥି ଭାବେ ରାଜ୍ୟ ଦୃଷ୍ଟିହୀନ ସଂଘର ସଭାପତି ଡ.ପ୍ରଶାନ୍ତ କୁମାର ବେହେରା, ଇଗ୍ନୋର ସହକାରୀ ନିର୍ଦ୍ଦେଶକ ଡ.ସନ୍ତୋଷ କୁମାର ପାଣିଗ୍ରାହୀ, ଦୃଷ୍ଟିହୀନ ସଂଘର ସାଧାରଣ ସଂପାଦକ ବିହାରୀ ନାୟକ, ସହକାରୀ କୋଷାଧ୍ୟକ୍ଷ ମୁରଲୀଧର ଦାସ ପ୍ରମୁଖ ଯୋଗ ଦେଇଥିଲେ। କ୍ୟାପିଟାଲ ଡାକ୍ତରଖାନା, ଆପୋଲ, ଆମ୍ରି ଓ କିସ୍ର ଛାତ୍ରଛାତ୍ରୀ ଏବଂ ଡାକ୍ତରୀ ଟିମ୍ଙ୍କ ସହଯୋଗରେ ଏହି ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ରାକ୍ତଦାନ ସହ ଦନ୍ତ ଚିକିତ୍ସା ଓ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା। ଦୃଷ୍ଟିହୀନ ସଂଘର ସଭାପତି ଡ.ବେହେରା ଏହି ଶିବିରକୁ ପରିଚାଳନା କରିଥିବାବେଳେ ସଂଘର ଉପସଭାପତି ଯୁଗଳ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୨୦ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ଡାକ୍ତର ଅନାମିକା ମିଶ୍ର ଓ ଡାକ୍ତର ଅମ୍ରିତ ଆନନ୍ଦ ଯୋଗଦେଇ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।
ଓଡ଼ିଶା ଦୃଷ୍ଟିହୀନ ସଂଘ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
/sambad/media/post_attachments/wp-content/uploads/2018/01/download-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)