ଭୁବନେଶ୍ୱର: କୋଟି କୋଟି ଟଙ୍କାର ଚିଟ୍ଫଣ୍ଡ କାରବାର ସହିତ ଜଡ଼ିତ ବଲିଉଡ ଅଭିନେତା ନାସିର ଖାନ୍ ଗୁରୁବାର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ଦୃଷ୍ଟହୀନ ଅଭିନେତା ଏବଂ ଫିଲ୍ମ ‘ସାଡୋ’ର ସହ-ନିର୍ମାତା ଫାଇନ୍ ଇଣ୍ଡିଆ ନାମକ ସଂସ୍ଥା ଖୋଲି ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିଲେ। ଏଥି ପାଇଁ ସେ କଂପାନିର ଏକ ଶାଖା ବାଲେଶ୍ୱର ଠାରେ ଖୋଲିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚିଟ୍ଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ନାସିର ଖାନ୍କୁ ୨୦୦୯ରେ ଗିରଫ କରିଥିଲା। ନାସିର ଖାନ୍ ହେଉଛନ୍ତି ଫାଇନ୍ ଇଣ୍ଡିଆର ନିର୍ଦ୍ଦେଶକ। ରିପୋର୍ଟ ଅନୁସାରେ ନାସିର ଖାନ୍ ଧରାପଡ଼ିବା ପୂର୍ବରୁ ଚିଟ୍ଫଣ୍ଡ କଂପାନିରୁ ଅବ୍ୟାହତି ନେଇ ସାରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଟଙ୍କାକୁ କାନପୁରସ୍ଥିତ ଏକ କଂପାନୀ ମାଧ୍ୟମରେ ମୁମ୍ବାଇ ସ୍ଥାନାନ୍ତର କରିଥିଲା। ପରେ କଂପାନୀ ବାଲେଶ୍ୱର ଶାଖାକୁ ବନ୍ଦ କରି ଦେଇଥିଲା। ନାସିର ଚିଟଫଣ୍ଡ ଟଙ୍କାକୁ ଫିଲ୍ମ ‘ସାଡୋ’ରେ ବିନିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ମିଳିଛି।