ଓଡ଼ିଶା ସିଟିଜେନ୍ ଆୱାର୍ଡ: ୯ ପ୍ରତିଭା ସମ୍ବର୍ଧିତ

ଭୁବନେଶ୍ବର: ଓଟିଭି ପକ୍ଷରୁ ଆଜି ଓଡ଼ିଶା ସିଟିଜେନ୍ ଆୱାର୍ଡ ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ‌ଷଡ଼ଙ୍ଗୀ ଯୋଗଦେଇ କହିଲେ, ରାଜ୍ୟରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛନ୍ତି। ସେମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ପ୍ରଶଂସନୀୟ। ଉପଯୁକ୍ତ ବାତାବରଣ ମିଳିପାରିଲେ ଅନେକ ବ୍ୟକ୍ତିତ୍ବ ପରିପୁଷ୍ଟ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। କୃଷି କ୍ଷେତ୍ରରେ ବିଜୟ ପାଠକ, କଳା ଓ ସଂସ୍କୃତି ପାଇଁ ବାଦଲ ଶିକଦାର, ବ୍ୟବସାୟ ପାଇଁ ସଂଗ୍ରାମ କୁମାର ଦାସ, ରାଜନୀତି ପାଇଁ ସୁରେଶ ରାଉତରାୟ, ସମାଜସେବା ପାଇଁ ସୁଧୀର ରାଉତ, ଶିକ୍ଷା ପାଇଁ ପ୍ରଫେସର ଏମ.ସି ଦାସ, ମନୋରଂଜନ ପାଇଁ ବ୍ରଜ ପାଣି, ସ୍ବାସ୍ଥ୍ୟ ପାଇଁ ଡା. ଜେ.ପି ଦାସ ଓ କ୍ରୀଡ଼ା ପାଇଁ ପ୍ରମୋଦ ଭଗତଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଓଟିଭିର ନିର୍ଦେଶିକା ଜାଗି ମଙ୍ଗତ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଓଟିଭିର କରେଣ୍ଟ ଆଫାୟାର୍ସ ମୁଖ୍ୟ ପ୍ରସନ୍ନ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର