ଭୁବନେଶ୍ବର: ଶ୍ରୀଜଗନ୍ନାଥ ଆଦର୍ଶ ଅଖିଳ ଭାରତ ପାଲା କଳାକାର ମହାସଂଘର ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବତନ୍ତ୍ର ଅତିଥି ବିଭୂତି ଭୂଷଣ ବଳବନ୍ତରାୟ, ଉଦ୍‌ଘାଟକ ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ମୁଖ୍ୟବକ୍ତା ପ୍ରଫେସର୍‌ ନୀରଦ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ରାଜକିଶୋର ସ୍ବାଇଁ, ଗାୟକ ଚକ୍ରଧର ବାରିକ, କବି ବାମଦେବ ମହାପାତ୍ର ଯୋଗଦେଇ ଆମ ସଂସ୍କୃତିର ପାଲା ଏକ ଅଙ୍ଗ ବୋଲି ମତ ଦେଇଥିଲେ। ମହାସଂଘର ସଭାପତି ଅର୍ଜୁନ ମୁଦୁଲି, ଉପଦେଷ୍ଟା କେଦାରନାଥ ସ୍ବାଇଁ, ପ୍ରଫେସର ରମେଶ ଚନ୍ଦ୍ର ପାତାଳସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଚିର ସନ୍ଧାନ ପତ୍ରିକାର ସମ୍ପାଦକ ପାର୍ଥସାରଥୀ ଅଜୟ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ ଗାୟକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମଳେଶ ମହାରଣା ସ୍ବାଗତ ଭାଷଣ ଦେଇଥିବାବେଳେ ସାଧାରଣ ସଂପାଦକ କରୁଣାକର ବାରିକ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ। ଗାୟକ ରବି ନାରାୟଣ ମିଶ୍ର ଓ କରୁଣାକର ବାରିକ ପାଲା ପରିବେଷଣ କରିଥିଲେ।