ଭୁବନେଶ୍ବର: ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ର ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ର ଆଜି ଥିଲା ଶେଷ ସଂଧ୍ୟା। ଶେଷ ସଂଧ୍ୟାରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ, ନୃତ୍ୟନାଟିକା ସହ ସମ୍ବଲପୁରୀ ଓ ପଲ୍ଲୀ ନୃତ୍ୟରେ ମଞ୍ଚ ଦୁଲୁକାଇ ଥିଲେ। ଆଜିର ସନ୍ଧ୍ୟାରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସମ୍ପାଦିକା ତଥା ନୃତ୍ୟଶିଳ୍ପୀ ଗୁରୁ ଅରୁଣା ମହାନ୍ତି।

Advertisment

ଅତିଥି ଭାବେ ଉପସ୍ଥିତ ଥିଲେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭ‌ାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ସଂସ୍କୃତ ଗବେଷକ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ମନୋରଞ୍ଜନ ପ୍ରଧାନ ପ୍ରମୁଖ। ଓଡ଼ିଶୀ ନୃତ୍ୟର ଶିକ୍ଷାଦାନରେ ଅବଦାନ ନିମନ୍ତେ ଚଳିତବର୍ଷ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିବା ‘ଓଡିଏ ଉତ୍କର୍ଷ ସମ୍ମାନ’ ଗୁରୁ ରମେଶ ଚନ୍ଦ୍ର ଜେନାଙ୍କୁ ପ୍ରଦାନ କରଯାଇଥିଲା। ଏହା ପରେ ଅନୁଷ୍ଠାନର ବାର୍ଷିକ ବିବରଣୀ ପରଦାରେ ପ୍ରଦର୍ଶିତ ହୋଇଥିଲା।