ଭୁବନେଶ୍ୱର: ଯୁବପ୍ରତିଭାମାନଙ୍କୁ ସୁଯୋଗ ଦେବା ତଥା ସେମାନଙ୍କ ଇଚ୍ଛାକୁ ପ୍ରତିଫଳିତ କରିବା ପାଇଁ ଓଡ଼ିଶୀ ଡ୍ୟାନ୍ସ କାଉନ୍ସିଲ୍ ପକ୍ଷରୁ ‘ଅଣ୍ଡର ସିକ୍ସଟିନ୍-୨୦୧୮’ ଆଜି ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରମେଶ ଚନ୍ଦ୍ର ଦାଶ, ମୃଣାଳିନୀ ପାଢ଼ୀ, ପ୍ରଣତି ମହାନ୍ତି ଓ ଇତିଶ୍ରୀ ଦେବୀ ପ୍ରମୁଖ ଯୋଗଦେଇଥିଲେ। ଶୁଭଶ୍ରୀ ମହାପାତ୍ରଙ୍କ ବେଲ୍ହାରୀ ପଲ୍ଲବୀ ନୃତ୍ୟ ପରିବେଷଣରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଦ୍ୱିତୀୟ ପରିବେଷଣ ଥିଲା ସ୍ନେହା ବର୍ମାଙ୍କ ଅଭିନୟ ପ୍ରଦର୍ଶନ। ପରେ ପରେ ତନ୍ଭି ରାଉତ, ପ୍ରଯକ୍ତା ପଣ୍ଡା, ସୌମ୍ୟାଶ୍ରୀ, ଅସ୍ମିତା କର, ଆଶି କୁମାର, ମୀରାବଲ ସାମନ୍ତରାୟ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏଥିରେ ମାୟା କ୍ରିଷ୍ଣମୂର୍ତ୍ତି ଅତିଥି ପରିଚୟ ଦେଇଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଓଡ଼ିଶୀ ଡ୍ୟାନ୍ସର୍ସ କାଉନ୍ସିଲ୍ (ଓଡିସି)ର ସଭାପତି ସ୍ନେହପ୍ରଭା ସାମନ୍ତରାୟ ଓ ସଂପାଦିକା ଇଲିଆନା ସିତାରିଷ୍ଟ ଉପସ୍ଥିତ ଥିଲେ।
ଓଡ଼ିଶୀ ଡ୍ୟାନ୍ସ କାଉନ୍ସିଲ ପକ୍ଷରୁ ‘ଅଣ୍ଡର ସିକ୍ସଟିନ୍’
/sambad/media/post_attachments/wp-content/uploads/2018/08/m18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)