ଭୁବନେଶ୍ୱର: ଜୁଲାଇ ୪ ତାରିଖ ଆମେରିକାର ସ୍ୱାଧୀନତା ଦିବସ ଉପଲକ୍ଷେ ‘ଆମେରିକୀୟ ଓଡ଼ିଶା ସମାଜ’ ପକ୍ଷରୁ ଗତ ୩ ଦିନ ଧରି ଏହାର ବାର୍ଷିକ ଉତ୍ସବ ଡିଟ୍ରୋଏଟ୍ ସହରରେ ପାଳିତ ହୋଇଯାଇଛି। ଏହି ଅବସରରେ ଜୁଲାଇ ୫ ହେଟୋଲ୍ ଏଡ୍ଓ୍ଵାଡ୍ଠାରେ ‘ଓଡ଼ିଶା ବିକାଶ’ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କାନାଡାରେ ଭାରତୀୟ ଡେପୁଟି ହାଇକମିସନର୍ ଅରୁଣ କୁମାର ସାହୁ ଯୋଗ ଦେଇ ଓଡ଼ିଶା ଓ ଭାରତକୁ ପୃଷ୍ଠପଟ କରି ଏକ ସାମଗ୍ରିକ ଆକଳନ ପ୍ରକାଶ କରିଥିଲେ। ଓଡ଼ିଶାର ଅନଗ୍ରସରତା ପାଇଁ ସମସ୍ତ ଓଡ଼ିଆ ଜାତି ଉତ୍ତରଦାୟୀ ବୋଲି ସେ ମତ ରଖିଥିଲେ। ଏଥିରେ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇ କହିଲେ, ଓଡ଼ିଶାର ବିକାଶରେ ବିଚାର-ନ୍ୟୁନତାର ଯେଉଁ ବାତାବରଣ ଦେଖାଯାଉଛି ତାହାକୁ ଦୂର କରି ଏକ ଉନ୍ନତ ବୈଚାରିକ ସିଦ୍ଧାନ୍ତ ଲାଗି ଯୁବ ସମାଜକୁ ଗଢ଼ାଯିବା ଉଚିତ। ପ୍ରଥମେ ବିଚାର ପରେ ବିକାଶ। ଓଡ଼ିଶାରେ ଡିଜିଟାଲ୍ ପାଠାଗାର ମାଧ୍ୟମରେ ସେ ମାଟିକୁ ଗଭୀରତାର ସହ ଜାଣିବା ଦରକାର ବୋଲି କହିଥିଲେ। ଅଞ୍ଜଳି କୌର, ଇଂ ରମେଶ ତ୍ରିପାଠୀ ଓ ରାନୁ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରବାସୀ ଓଡ଼ିଆ ଡିଲୋଇଟ୍ ସଂସ୍ଥାର ସଭ୍ୟ ଅଜୟ ମହାନ୍ତି।
ଆମେରିକାରେ ଓଡ଼ିଶା ବିକାଶ ସମ୍ପର୍କିତ ଆଲୋଚନା
/sambad/media/post_attachments/wp-content/uploads/2018/07/odisha-society-at-amercas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)