ଓଡ଼ିଶା ବିଦ୍ୟୁତ କର୍ମଚାରୀ ଫେଡେରେସନ୍‌ର ଧାରଣା ଦ୍ୱିତୀୟ ଦିନରେ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଠିକାଶ୍ରମିକ/ କର୍ମଚାରୀମାନେ ଫେଡେରେସନ୍‌ ନେତୃତ୍ୱରେ ନିଜ ଦାବି ପୂରଣ ପାଇଁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ସେମାନଙ୍କ ଦାବିଗୁଡ଼ିକ ହେଲା, ବିଦ୍ୟୁତ୍‌ କ୍ଷେତ୍ରରେ ଫ୍ରାଞ୍ଚାଇଜ୍‌ ପ୍ରଥା ଉଚ୍ଛେଦ କରିବା, ଘରୋଇକରଣ ବନ୍ଦ କରିବା, ଠିକାଶ୍ରମିକ ପ୍ରଥା ଉଚ୍ଛେଦ କରିବା, ନିୟୋଜିତ ସମସ୍ତ ଠିକା ଶ୍ରମିକ, କଣ୍ଟିଜେଣ୍ଟ୍‌ ଖଲାସୀ ଓ ଏନ୍‌ଏମ୍‌ଆର୍‌ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସ୍ଥାୟୀ ହେବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ, ବିଦ୍ୟୁତ୍‌ କ୍ଷେତ୍ରରେ ସଠକ୍‌ ୟାର୍ଡ ଷ୍ଟିକ୍‌ ପ୍ରଚଳନ କରି ନିଯୁକ୍ତି ଓ ପଦୋନ୍ନତି ଦେବା ଆଦି। ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ନିମିତ୍ତ ଆସନ୍ତା ୨୩ରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। ଯଦି ଦାବି ପୂରଣ ନ ହୁଏ, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଫେଡେରେସନ୍‌ର ସାଧାରଣ ସଂପାଦକ ସତୀନ କୁମାର ରାୟ କହିଛନ୍ତି।

ସମ୍ବନ୍ଧିତ ଖବର