କୃଷି କ୍ଷେତ୍ରରେ ସୁନାମ ଫେରିବାର ଏହା ପ୍ରକୃଷ୍ଟ ସମୟ

କୃଷି ଓଡ଼ିଶାର ତୃତୀୟ ଦିବସ

ଭୁବନେଶ୍ୱର: କୃଷି ଓ କୃୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ‘କୃଷି ଓଡ଼ିଶଶ ୨୦୧୮’ର ଆଜି ଥିଲା ତୃତୀୟ ଦିବସ। ଏହି ଅବସରରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ କୃଷି କ୍ଷେତ୍ରରେ ସୁନାମ ଫେରି ଆସିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ ଅଧ୍ୟକ୍ଷତା କରି ବିହନ, ସାର, କୀଟନାଶକ, ଜଳ ଓ ବଜାର ସୁବିଧା ଯୋଗାଇ ଦେବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଅନୁଷ୍ଠିତ ଏହି ସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀର ଆୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ଯୋଗେନ୍ଦ୍ରନାଥ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ କୃଷି କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିର ଉପଯୋଗ ଏବଂ ଭିତ୍ତିଭୂମି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୩୦ ସଫଳ ଚାଷୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର କମିସନର ସୁଜାତା କାର୍ତିକେୟନ ସ୍ୱାଗତ ଭାଷର ଦେଇଥିବା ବେଳେ ମତ୍ସ୍ୟ ନିର୍ଦେଶକ ପ୍ରଶାନ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର