ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ

ଭୁବନେଶ୍ବର: ଆମେରିକୀୟ ଓଡ଼ିଆ ସମାଜ (ଓସା) ଓ ପ୍ରଫୁଲ୍ଲ ପାଠାଗାରର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ କିଟ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଓସାର ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗଦାନନ୍ଦ, ଓସାର ଅଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି, ଶିତିକଣ୍ଠ ଦାଶ, ପ୍ରଫୁଲ୍ଲ ପାଠାଗାରର ସଭାପତି ବଂଶୀଧର ଆଚାର୍ଯ୍ୟ, ଓସା ପବ୍ଲିକ ଲାଇବ୍ରେରି କମିଟି ଅଧ୍ୟକ୍ଷ ନିଶିକାନ୍ତ ସାହୁ ଯୋଗ ଦେଇଥିଲେ। ପାଠାଗାର କେବଳ ବହିର ଘର ନୁହେଁ ବରଂ ଜ୍ଞାନର ଭଣ୍ଡାର। ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାକୁ ସର୍ବସାଧାରଣ ପାଠାଗାରର ଅବଦାନ ଓ ଏହା କିପରି ରାଜ୍ୟର ଭାଗ୍ୟ ପରିବର୍ତନ କରିବାରେ ସହାୟକ ହୋଇପାରିବ ସେ ସଂପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରବିନ ଖଣ୍ଡାୟତରାୟଙ୍କ ସଂପାଦନାରେ ପ୍ରଫୁଲ୍ଲ ପାଠାଗାରର ରଜତ ଜୟନ୍ତୀ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଟାଟା ଷ୍ଟିଲ୍‌ର ସିଏସ୍‌ଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ଗ୍ରନ୍ଥାଗାରିକ ସନ୍ତୋଷ ଚାଟାର୍ଜୀ, ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରନ୍ଥାଗାର ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବାମନ ଚରଣ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଆଇଆଇଟି ଭୁବନେଶ୍ବରର ପ୍ରାକ୍ତନ ନିର୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ‘ନିତିଦିନ’ର ସଂପାଦକ ମନୋଜ କୁମାର ମହାପାତ୍ର, ସମାଜସେବୀ ଶ୍ରୁତି ମହାପାତ୍ର, ପ୍ରବାସୀ ଓଡ଼ିଆ ବିଶିଷ୍ଟ ଶିକ୍ଷାବିତ୍ ବସନ୍ତ ପରିଡ଼ା, ନଳିନୀ ପଟ୍ଟନାୟକ, କେରଳର ପୂର୍ବତନ ଶାସନ ସଚିବ ପ୍ରଦୀପ ମହାନ୍ତି ପ୍ରମୁଖ ରାଜ୍ୟରେ ବ୍ୟବସ୍ଥାପିତ ଆଧୁନିକ ସର୍ବସାଧାରଣ ପାଠାଗାର ନିର୍ମାଣ ଉପରେ ଆଲୋକପାତ କରିଥିଲେ। ସ୍ନେହ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୁକୁ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର