ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର: ୪୧ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ପ୍ରତ୍ୟେକ ବର୍ଷ ପରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଷ୍ଟମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ତରଫରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ – ଆମ ଓଡ଼ିଶାର ସହଯୋଗରେ ଏହି ଶିବିରଟି ଆୟୋଜିତ ହୋଇଥିଲା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ ଆନୁଷ୍ଠାନିକ ଭାବରେ ଶିବିର ଉଦ୍‌ଘାଟନ କରିଥିଲେ। ଜେନେରାଲ ମ୍ୟାନେଜର ଜଗନ୍ନାଥ ପ୍ରସାଦ ନାୟକ, ଗଗନ ବିହାରୀ ପ୍ରଧାନ, ମହମ୍ମଦ ଅବଦୁଲ ହାଇ, ବସନ୍ତ କୁମାର ପାତ୍ର, ଲୋକନାଥ ପାତ୍ର ଓ ଗୁରୁପ୍ରସାଦ ମହାନ୍ତି ଉପସ୍ଥିତ ରହି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସିନିୟର୍‌ ମ୍ୟାନେଜର ବିଜୟ କୁମାର ବିଶ୍ବାଳ ଶିବିର ପରିଚାଳନା କରିଥିଲେ। ଗଂଗାଧର ସେଠୀ, ସାଇ ଭାର୍ଗବ, ଶୁଭେନ୍ଦୁ କୁମାର ସାହୁ ଓ ଦେବେନ୍ କୁମାର ସାହୁ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ବ୍ୟାଙ୍କ କର୍ମଚାରୀ ତଥା ଅନ୍ୟ ସ୍ବେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୪୧ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡକ୍ଟର କେ.କେ‌. ସରକାର, ସହକର୍ମୀ ସଂଘମିତ୍ରା ସ୍ବାଇଁ, ‌କୈବଲ୍ୟ ପ୍ରଧାନ, ଲିପକ ପାତ୍ର ଓ ପ୍ରକାଶ ବରାଳ ଏହି ଶିବିରରୁ ରକ୍ତ ସଂଗ୍ରହ କାର୍ଯ୍ୟ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂ‌‌ଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର