ବେଆଇନ ଭାବେ ହୋମଗାର୍ଡମାନଙ୍କୁ ଛଟେଇ କରାଯାଇ ପାରିବ ନାହିଁ: ଡିଜି

ହୋମଗାର୍ଡ କମାଣ୍ଡାଣ୍ଟ୍‌ ସମ୍ମିଳନୀରେ ଘୋଷଣା

ଖୁବ୍‌ ଶୀଘ୍ର ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

ଭୁବନେଶ୍ୱରେ : ହୋମଗାର୍ଡମାନେ ହେଉଛି ପୁଲିସର ଅବିଚ୍ଛେଦ ଅଙ୍ଗ। ତେଣୁ କୌଣସି ବି ପରିସ୍ଥିତିରେ ବେଆଇନ ଭାବେ ହୋମଗାର୍ଡମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇ ପାରିବ ନାହିଁ। ଯଦି କେଉଁ ହୋମଗାର୍ଡ ଏଭଳି ଭାବେ ବହିଷ୍କାର ହୋଇଛନ୍ତି, ସେମାନେ ମୋତେ ସାକ୍ଷାତ କଲେ ସେମାନଙ୍କ ନିଯୁକ୍ତି ନେଇ ସମୀକ୍ଷା କରାଯିବ ବୋଲି ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା କହିଛନ୍ତି।

ଆଜି ହୋମଗାର୍ଡ କମାଣ୍ଡାଣ୍ଟ୍‌ମାନଙ୍କୁ ନେଇ ରାଜଧାନୀର ଓଡ଼ିଶା ଅଗ୍ନିଶମ ଏକାଡେମି ପରିସରରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ଯୋଗ ଦେଇ ଡିଜି ଶର୍ମା ଏହି ସୂଚନା ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଖୁବ ଶୀଘ୍ର ସାରା ରାଜ୍ୟରେ ଥିବା ଅଗ୍ନିଶମ କେନ୍ଦ୍ରରେ ୨ରୁ ୪ ଜଣ ହୋମଗାର୍ଡମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ସେମାନଙ୍କ ପୋଷାକପତ୍ରର ଗୁଣାତ୍ମକମାନରେ ପରିବର୍ତନ କରାଯିବ। ରାଜ୍ୟ ସରକାର ନିକଟରେ ହୋମଗାର୍ଡମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଖୁବ୍‌ ଶୀଘ୍ର ପୁଣି ଥରେ ହୋମଗାର୍ଡମାନଙ୍କ ଦରମା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ। ହୋମଗାର୍ଡମାନେ ଯେଭଳି ସମ୍ମାନର ସହିତ ବିଭାଗରେ କାମ କରିବେ ସେ ନେଇ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ଡିଜି ଶର୍ମା ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଥାଉକି, ସାରା ରାଜ୍ୟରେ ଏବେ ୧୮ ହଜାର ହୋମଗାର୍ଡ କାର୍ଯ୍ୟରତ।

ସମ୍ବନ୍ଧିତ ଖବର