ଭୁବନେଶ୍ୱର : ଆଗାମୀ ନିର୍ବାଚନ ପୂର୍ବରୁ ଗୃହରକ୍ଷୀମାନଙ୍କର ଦରମା ବୃଦ୍ଧି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରା ନଗଲେ ଏବଂ ଗୃହରକ୍ଷୀମାନଙ୍କର ୭ଦଫା ଭିତ୍ତିକ ଦାବି ପୂରଣ ନହେଲେ ସେମାନେ କଳାବ୍ୟାଜ ପରିଧାନ କରିବା ସହ ସପରିବାର ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ନିର୍ବାଚନ ଡ୍ୟୁଟିରେ ଜଣେ ହେଲେ ବି ଗୃହରକ୍ଷୀ ଯୋଗ ଦେବେ ନାହିଁ ବୋଲି ରାଜ୍ୟ ଗୃହରକ୍ଷୀ ମହାସଂଘ ପକ୍ଷରୁ କୁହାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ମହାନିର୍ଦେଶକ ଏବଂ ଗୃହରକ୍ଷୀ ମହାନିର୍ଦେଶକଙ୍କ ନିକଟକୁ ଚିଠି ପଠାଯାଇଥିବା ସଂଘର ସମ୍ପାଦକ ନିରଞ୍ଜନ ସେନାପତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ୧୭,୬୭୫ ଗୃହରକ୍ଷୀ ସରକାରୀ କର୍ମଚାରୀ ଭଳି ଆଇନ୍ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ପ୍ରଶାସନିକ ଏବଂ ସର୍ବସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ବେଳେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ଉନ୍ନତିମୂଳକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ। ସ୍ୱଳ୍ପ ଦରମା ସାଙ୍ଗକୁ ସେମାନଙ୍କର ଅନ୍ୟାନ୍ୟ ସମସ୍ୟାକୁ ନେଇ ମହାସଂଘ ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ଦାବି ପତ୍ର ଉପସ୍ଥାପନ କରି ଆସୁଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇନି। ତେବେ ଆଗକୁ ଏହି ଭଳି ଭାବେ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସଭାପତି ଉପେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।