ଭୁବନେଶ୍ବର: ଓଡ଼ିଶା ସେଚାଞ୍ଚଳ ଉନ୍ନୟନ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ସଦସ୍ୟ, ସଦସ୍ୟା ଓ ପୂର୍ବତନ କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ପୂର୍ବତନ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇଥିଲେ। ଏହି ସଭାରେ ବରିଷ୍ଠ, କନିଷ୍ଠ, ମୁଖ୍ୟ କିରାଣୀ ଏବଂ କ୍ଷେତ୍ର କର୍ମଚାରୀମାନଙ୍କର କିପରି ଚାକିରି ନିୟମାବଳୀ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସମୀକ୍ଷକ ବୃନ୍ଦାବନ ମହାପାତ୍ର, ସଂଗଠନ ସମ୍ପାଦକ ଗୋବିନ୍ଦ ଚରଣ ଦାସ, ପରେଶ ସାହୁ, କୃପାସିନ୍ଧୁ ମହାନ୍ତି, ବରିଷ୍ଠ କିରାଣୀ ଅଜିତ୍ ପାଢ଼ୀ, ସଭ୍ୟା ବିଷ୍ଣୁପ୍ରିୟା ମହାନ୍ତି, ଅନୁସ୍ବତା ସ୍ବାଇଁଙ୍କ ସମେତ ବିଭିନ୍ନ ଜିଲ୍ଲାରୁ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ କିରାଣୀ ବିଦ୍ୟୁତ୍ ମହାପାତ୍ର ଧନ୍ୟବାଦ ଦେଇଥିଲେ।