ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗର ପତାକା କୋଡ୍‌ ଉତ୍ସବ

ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଆନୁକୂଲ୍ୟରେ ଦିନିକିଆ ଜାତୀୟ ପତାକାର ମାହାତ୍ମ୍ୟ ଅବଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ୱର ପରିଡ଼ା ଓ ଡେପୁଟି ସେକ୍ରେଟେରି ରେଣୁପ୍ରଭା ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପରିଡ଼ା ଜାତୀୟ ପତାକାର ମାହାତ୍ମ୍ୟ, ଉଡ଼େଇବାର ସ୍ଥାନ, ଓ ଦାୟିତ୍ୱବୋଧ ଉପରେ ପିଲାମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ କୁମାର ଜେନା, ଆଡିସ୍‌ନାଲ ମ୍ୟାନେଜର ଚିତ୍ତରଞ୍ଜନ ବୈରିଶାଲ, ଅଧ୍ୟକ୍ଷା ସନ୍ଧ୍ୟା ଜେନା, ପରିଚାଳନା କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର