ଭୁବନେଶ୍ୱର: ଓଡ଼ିଶା କ୍ଷିପ୍ରଲିପି ଲେଖକ ସଂଘର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସଠାରେ ଅନୁଷ୍ଠିତ ହୋଇଯାଇଛି। ବିମ୍ବାଧର ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ବିଧାୟକ (ମଧ୍ୟ) ବିଜୟ କୁମାର ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ପୂର୍ବତନ ସାଧାରଣ ସମ୍ପାଦକ ବଳରାମ ମିଶ୍ର ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଅଜୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବ୍ରଜେନ୍ଦ୍ର କୁମାର ବେହେରା ମଞ୍ଚ ପରିଚାଳନା ସହ ଆୟ-ବ୍ୟୟର ହିସାବ ଉପସ୍ଥାପନା କରିଥିଲେ। ଏହି ଅବସରରେ ସଂଘର ମୁଖପତ୍ର ‘ସୁଲିପି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସଂଘର ବିଭିନ୍ନ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ଲାଗି ଅତିଥିମାନେ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିଲେ। ପରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବେଶ୍ୱର ବେହେରା ସଭାପତି, ଅଜୟ କୁମାର ଦାସ, ଦେବାନନ୍ଦ ଦାସ ଓ ବ୍ରଜେନ୍ଦ୍ର କୁମାର ବେହେରା ଉପ-ସଭାପତି, ନିମାଇଁ ଚରଣ ମହାନ୍ତି ସାଧାରଣ ସମ୍ପାଦକ, ଜ୍ଞାନ ରଂଜନ ମହାନ୍ତି ସମ୍ପାଦକ (ମୁଖ୍ୟ ଦପ୍ତର), ସଚିଦାନନ୍ଦ ତ୍ରିପାଠୀ ସମ୍ପାଦକ (ସାଂସ୍କୃତିକ), ହରିହର ବିଶୋଇ ସମ୍ପାଦକ (ଜିଲ୍ଲା), କେଦାରନାଥ ପାଢ଼ୀ କୋଷାଧ୍ୟକ୍ଷ, ପ୍ରଭାକର ସାହୁ ସମୀକ୍ଷକ, ଅଲେଖ ସେଠୀ ସମ୍ପାଦକ (କାର୍ଯ୍ୟାଳୟ) ଭାବେ ନିର୍ବାଚିତ ହୋଇଛନ୍ତି। ଏହାବ୍ୟତୀତ ୧୦ ଜଣ ସଭ୍ୟଙ୍କୁ କାର୍ଯ୍ୟକାରୀ ସଭ୍ୟରୂପେ ନିର୍ବାଚିତ କରାଯାଇଥିବା ସଂଘର ସଭାପତି ସର୍ବେଶ୍ୱର ବେହେରା ଓ ସାଧାରଣ ସଂପାଦକ ନିମାଇଁ ଚରଣ ମହାନ୍ତି ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
ଓଡ଼ିଶା କ୍ଷିପ୍ରଲିପି ଲେଖକ ସଂଘର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତା ନିର୍ବାଚନ
/sambad/media/post_attachments/wp-content/uploads/2018/01/20180130_114600.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)