ଭୁବନେଶ୍ୱର : ଶ୍ରୀଲଙ୍କାର ଅନଗାରିକ ଧର୍ମପାଳ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ପରିଚାଳନା ବୋର୍ଡ ପକ୍ଷରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ସୋସାଇଟିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ଉପସଭାପତି ଅବସର ବେଉରିଆ, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅବସରପ୍ରାପ୍ତ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା, ଶିଳ୍ପଦ୍ୟୋଗୀ ଜଗତବନ୍ଧୁ ଜେନା, ପ୍ରଫେସର ବେଦବତୀ ମହାନ୍ତି, ଡ. କନକମଞ୍ଜରୀ ମିଶ୍ର, ସମାଜସେବୀ ସୁମିତ୍ରା ଜେନା, ନମିତା ମହାପାତ୍ର ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ୮ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। କଲମ୍ବୋ ଅବସ୍ଥାନ ସମୟରେ ଭାରତୀୟ ଦୂତାବାସ ତରଫରୁ ସେମାନଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ଏହି ଅବସରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂ, ଶ୍ରୀଲଙ୍କା ସଂସଦର ବାଚସ୍ପତି କାରୁ ଜୟସୂର୍ଯ୍ୟା, ବୁଦ୍ଧ ଶାସନ ମନ୍ତ୍ରୀ ପି. ପେରେରା ଓ ନାଗାନନ୍ଦ ବୁଦ୍ଧିଷ୍ଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ଡ. ଚନ୍ଦମା ବୋଦ୍ଧଗାମା ପ୍ରମୁଖଙ୍କୁ ଏହି ପ୍ରତିନିଧି ଦଳ ଭେଟିଥିଲେ। ଡ. ବିମଳେନ୍ଦୁ ମହାନ୍ତି ବୌଦ୍ଧ ଧର୍ମ ଉପରେ ଲିଖିତ ତାଙ୍କର ଇଂରାଜୀ ପୁସ୍ତକମାନ ସେମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କଳିଙ୍ଗ ଓ ସିଂହଳର ସମ୍ପର୍କ ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ମହାବୋଧି ସୋସାଇଟିର କର୍ମକର୍ତାମାନେ ଏଥିପ୍ରତି ଯତ୍ନବାନ ହେବେ ବୋଲି ଆଶାପ୍ରକଟ କରିଥିଲେ।
ଓଡ଼ିଶା ମହାବୋଧି ସୋସାଇଟି କର୍ମକର୍ତାଙ୍କ ଶ୍ରୀଲଙ୍କା ଗସ୍ତ
/sambad/media/post_attachments/wp-content/uploads/2018/07/mahabodhi-society.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)