‘ଓଡ଼ିଶାର ମହାନ୍‌ ଚିତ୍ରଶିଳ୍ପୀ’ ପୁସ୍ତକ ଉନ୍ମୋଚିତ

ଧଉଳି: ଧଉଳି ଶାନ୍ତିସ୍ତୂପ ପରିସରରରେ ଥିବା ଚାରୁକଳା ମହାବିଦ୍ୟାଳୟର ପ୍ରଦର୍ଶନୀ କକ୍ଷରେ ‘ଓଡ଼ିଶାର ମହାନ ଚିତ୍ରଶିଳ୍ପୀ’ ପୁସ୍ତକ ଲେକାର୍ପିତ ହୋଇଯାଇଛି। ଓଡ଼ିଶାର ଜଣାଶୁଣା ୧୫ ଜଣ ଦିବଂଗତ ଶିଳ୍ପୀଙ୍କ ଜୀବନୀ ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୃଦୟସ୍ପର୍ଶୀ ଚିତ୍ର ସ୍ମାରକୀ ଏଥିରେ ପ୍ରକାଶ ପାଇଛି। ଏହି ଅବସରରେ ଆୟୋଜିତ ସଭାରେ ଲଳିତକଳା ଏକାଡେମିର ପୂର୍ବତନ ସଭାପତି ଜଗଦୀଶ୍‌ ଚନ୍ଦ୍ର କାନୁନ୍‌ଗୋ ମୁଖ୍ୟ ଅତିଥି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଚିତ୍ର ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦଳାଇ ମୁଖ୍ୟବକ୍ତା ଓ ସଂପାଦକ ମିହିରକାନ୍ତ ପ୍ରହରାଜ, ପ୍ରଫେସର ହୃଷିକେଶ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଶିଷ୍ଟ ଶିଶୁ ସାହିତ୍ୟିକ ନିରଞ୍ଜନ ମହାନ୍ତିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ସାମଗ୍ରିକ ଭାବେ ସମସ୍ତ ଚିତ୍ରଶିଳ୍ପୀ ଓ ଅଧ୍ୟୟନରତ ଶିଳ୍ପୀମାନଙ୍କ ପାଇଁ ଖୁବ୍‌ ଉପାଦେୟ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଂପାଦକ ଇନ୍ଦୁଭୂଷଣ କରଙ୍କ ସଭାପତିତ୍ୱରେ ପରିଚାଳିତ ଏହି ସାରସ୍ୱତ ସଭାରେ କଲେଜର ଅଧ୍ୟକ୍ଷ ପଞ୍ଚାନନ ସାମଲ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକି, ନିତ୍ୟାନନ୍ଦ ସାହୁ, ଚନ୍ଦନ ସାମଲ, ସସ୍ମିତା କାମିଳା, ପ୍ରଦୀପ ସାହୁ, ରାମଶଙ୍କର ସାହୁ, ପ୍ରଦୀପ ମିଶ୍ର, ମାନସ ନାୟକ, ସୋମନାଥ ଦାସ, ଜୟଶ୍ରୀ ଜେନା, ପରମେଶ୍ୱର ମେହେର, ଶ୍ରୀପତି ଆଚାର୍ଯ୍ୟ ଓ କମଳିନୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର