ଓଡ଼ିଆ ମହୋତ୍ସବ, ନୃତ୍ୟରେ ସଂଗୀତ ସମ୍ରାଟଙ୍କୁ ମନେ ପକାଇଲେ

ଭୁବନେଶ୍ବର: ନୃତ୍ୟରେ ସଂଗୀତ ସମ୍ରାଟ ଅକ୍ଷୟ ମହାନ୍ତିଙ୍କୁ ମନେ ପକାଇବା ସହ ସଂଗୀତରେ ତଲ୍ଲୀନ ହେବାର ଅବକାଶ ଆଣିଥିଲା ଓଡ଼ିଆ ମହୋତ୍ସବର ଉଦ୍‌ଘାଟନୀ ସମାରୋହର ଅନ୍ତିମ ସନ୍ଧ୍ୟା। ଆର୍.ଭି ପଲ୍ଲବୀଙ୍କ ସମେତ ‘ନୃତ୍ୟ ମନ୍ଦିର’ର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସମ୍ବଲପୁରୀ ନୃତ୍ୟରେ ଦର୍ଶକଙ୍କୁ ବିଭୋର କରିଥିଲେ ‘ନୃତ୍ୟ ସାଧନା’ର ଶିଳ୍ପୀବୃନ୍ଦ। ପରେ ଅକ୍ଷୟ ମହାନ୍ତି ମହାନଦୀ ଉପରେ ପ୍ରସ୍ତୁତ କରିଥିବା ସଂଗୀତ ‘ଯାରେ ଭାସି ଭାସି ଯା…ରେ ନୃତ୍ୟ ପରିବେଷଣ କରିଥିଲେ ପାର୍ବତୀ ମହାନ୍ତି, ଦୀପିକା ରାଓ, ବିଜୟା ମହାନ୍ତି, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ରୀତାଞ୍ଜଳି ମିଶ୍ର ଓ ମୀନା ପାଣିଗ୍ରାହୀ। ଏଥିସହ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ଋତିକା ରିମ୍‌ଝିମ୍‌, ଈପ୍‌ସିତା ମହାନ୍ତି, ସତ୍ୟ ସାର୍ଥକ, ବନଜା ମହାପାତ୍ର, ବେବିରାଣୀ ଦାସ, ତନୁଶ୍ରୀ ମହାନ୍ତି, ବିଜୟଲକ୍ଷ୍ମୀ ସା ଓ ଅମ୍ବିକା ଆଚାର୍ଯ୍ୟ ମନଛୁଆଁ ପଲ୍ଲୀ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସିପିଆଇର ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ପ୍ରାରମ୍ଭିକ ସଭା‌ରେ ଅଧ୍ୟକ୍ଷତା କରିଥିଲେ। ରାଜଶ୍ରୀ, ସତ୍ୟବ୍ରତ, ସୁଜିତ, ପ୍ରେମ ପ୍ରକାଶ, ଗୁରୁ ପ୍ରସାଦ, ପ୍ରଫୁଲ୍ଲ, ଅଭିରାମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର