ଭୁବନେଶ୍ବର: କୋଣାର୍କରେ ଆୟୋଜିତ ଓଡ଼ିଶା ମିଡିଆ ଆୱାର୍ଡ ଅବସରରେ ‘ସମ୍ବାଦ’ କାର୍ଟୁନିଷ୍ଟ ଦେବାଶିଷ ସିଂଙ୍କ ସମେତ ୧୫ଟି ବର୍ଗରେ ୧୮ଜଣଙ୍କୁ ସମ୍ମାନିତ କରାଯାଇଛି। ଚଳିତବର୍ଷ ବିରୁପାକ୍ଷ ତ୍ରିପାଠୀଙ୍କୁ ଏଡିଟର ଅଫ୍‌ ଦି ଇୟର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଏବଂ ରବି ଦାସଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା। ସ୍ତମ୍ଭକାର ଅଶୋକ ସାହୁ, ସମ୍ବାଦ ଉପସ୍ଥାପିକା ସୁପ୍ରିୟା ଦାସ, ସତରୂପା ସାମନ୍ତରାୟ, ଆଲୋକ ପତି, ଲକ୍ଷ୍ମୀ ନାରାୟଣ କାନୁନ୍‌ଗୋ, ବିନୟ ଭୂଷଣ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ରଞ୍ଜନ ରଥ, ବିଦେଶିନୀ ପଟେଲ, ଶ୍ରେଷ୍ଠ ଗୋଷ୍ଠୀ ବେତାର କାର୍ଯ୍ୟକ୍ରମ ପାଇଁ ରେଡିଓ ସୁରଭିର ଶିକ୍ଷା କାର୍ଯ୍ୟକ୍ରମ, ଫଟୋ ସାମ୍ବାଦିକ ଅରବିନ୍ଦ ମହାପାତ୍ର, ବେଷ୍ଟ ୟୁଜ ଅଫ୍‌ ନ୍ୟୁ ମିଡିଆ ପାଇଁ ସ୍ବାସ୍ଥ୍ୟ ପ୍ଲସ, ଖବର କାଗଜ ସଂଗ୍ରହ ପାଇଁ ଶଶାଙ୍କ ଶେଖର ଦାସଙ୍କୁ ସମ୍ମାନିତ କରାଯାଇଥିଲା।

Advertisment

ସତ୍ୟପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମଦୃଷ୍ଟିର ସମ୍ପାଦକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ, ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଉପସଭାପତି ଡ. ଶିଶିର ଦାସ, ସଫିକ, ଆକ୍ସନ ଆଡର ନିର୍ଦେଶକ ସନ୍ଦୀପ ବାତ୍ରା, ୟୁନିସେଫ ମିଡିଆ ପରାମର୍ଶଦାତା ସାରଦା ଲାହାଙ୍ଗିର, ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍‌ଏ ସଫିକ୍‌ ପ୍ରମୁଖ ଯୋଗଦେଇ ଗଣମାଧ୍ୟମର ଭୂମିକା ବିଷୟରେ କହିଥିଲେ। କାର୍ଯ୍ୟକ୍ରମକୁ ପ୍ରତାପ ରାଉତ, ଯାଜ୍ଞସେନୀ ସଂଯୋଜନା କରିଥିବା ବେଳେ ବିଘ୍ନେଶ୍ବର ସାହୁ ଧନ୍ୟବାଦ ଦେଇଥିଲେ।