ଭୁବନେଶ୍ବର: ମେଡିକାଲ କଲେଜରେ ଆଡମିସନ ନାଁରେ ୬୦ଲକ୍ଷ ଲୁଟ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ କରାଇ ଦେବାକୁ କହି ୬୦ଲକ୍ଷ ଟଙ୍କା ଠକି ନେବାର ଅଭିଯୋଗ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୁଲିସ । ଗିରଫ ଠକ ଜଣଙ୍କ ହେଉଛି ଦେବାଶିଷ ମୁଖାର୍ଜୀ ।
୨୦୧୮ ମସିହାରେ ଭୁବନେଶ୍ୱର ଶତାବ୍ଦୀ ନଗରର ଆଶିଷ ପଟ୍ଟନାୟକଙ୍କ ଠାରୁ ଏହି ଟଙ୍କା ଠକିଥିଲା ଦେବାଶିଷ । ୩ଟି କିସ୍ତିରେ ୬୦ ଲକ୍ଷ ଟଙ୍କା ଠକି ନେଇଥିଲା । ଆଶିଷ ଟଙ୍କା ମାଗି ଥିଲେ ମଧ୍ୟ ଦେବାଶିଷ ତାଙ୍କୁ ଟଙ୍କା ଫେରାଇନଥିଲା । ଶେଷରେ ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଥିଲେ ଆଶିଷ । ଗତକାଲି ରାତିରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଦେବାଶିଷ ନାମରେ ଠକେଇର ଲମ୍ବା ତାଲିକା ଥିବା ଜଣାପଡ଼ିଛି । ଏକ ୱେବ ଚ୍ୟାନେଲର ମାଲିକ ବୋଲି ଦେବାଶିଷ ନଜ ପରିଚୟ ଦେଇ କୋଟି କୋଟି ଟଙ୍କା ଠକିଥିବା ପୁଲିସ ଜାଣିବାକୁ ପାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/60-Lakhs-Fraud-on-Medical-Seat_Thumbnail.jpg)