ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ପାର୍କିଂ ଅଞ୍ଚଳ ମ୍ୟାପ୍‌

ଉତ୍ତରୀୟରେ ରହିବ ସବୁ ଦେଶର ପତାକା ରଙ୍ଗ

ହକି ବିଶ୍ବକପ୍‌ରେ ଖେଳାଳି ଓ ଅଫିସିଆଲ୍‌ଙ୍କୁ ସମ୍ବଲପୁରୀ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯିବ। ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର ସିଲ୍‌କ ଷ୍ଟୋଲ୍‌ରେ ୧୬ଟି ଦେଶର ପତାକାର ରଙ୍ଗ ସହ ସମ୍ପୃକ୍ତ ଦେଶମାନଙ୍କର ପରମ୍ପରାର ସାମାନ୍ୟ ଝଲକ ସ୍ଥାନିତ କରାଯିବ। ଏଥିପାଇଁ ବସ୍ତ୍ରାଳୟ ପକ୍ଷରୁ ୬୧୦ଟି ସିଲ୍‌କ ଷ୍ଟୋଲ୍‌ ପ୍ରସ୍ତୁତ ହେଉଛି। ସମ୍ବଲପୁରୀ ବସ୍ତ୍ରାଳୟର ଡିଜାଇନର୍‌ ଚନ୍ଦ୍ରଭାନୁ ମେହେର ଏବଂ ମକରଧ୍ବଜ ମେହେର ‌ଏହି ସ୍ବତନ୍ତ୍ର ଡିଜାଇନ୍‌ର ପରିକଳ୍ପନା କରିଛନ୍ତି। ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ୪ ମାସ ଧରି ଏହି ଷ୍ଟୋଲ୍‌ ପ୍ରସ୍ତୁତ କରାଯାଉଛି। ସୋନପୁର ଓ ବରଗଡ଼ ଜିଲ୍ଲାରେ ୧୭ଜଣ ବୁଣାକାର ଏହି ଡିଜାଇନ୍‌ ପ୍ରସ୍ତୁତ କରୁଛନ୍ତି।

ଖେଳାଳି ‌ନେବେ ଲାଖ ବାକ୍ସରେ ତାରକସି ଉପହାର
କେବଳ ହକି ବିଶ୍ବକପ୍‌ ପାଇଁ ୨୭୫ଟି ସ୍ବତନ୍ତ୍ର ତାରକସି ଉପହାର ପ୍ରସ୍ତୁତ କରାଯାଉଛି। ସେହିପରି ୫୮୩ଟି ଡୋକ୍ରା କଳା ସାମଗ୍ରୀ ଏବଂ ୬୩୫ଟି ଲାଖ ବାକ୍ସ ତିଆରି ହୋଇଛି। ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ଉତ୍କଳିକା’କୁ ଏହି ଦାୟିତ୍ବ ଦିଆଯାଇଛି। ଲାଖ ବାକ୍ସ ନବରଙ୍ଗପୁରର କାରିଗରମାନେ ନିର୍ମିତ କରିଛନ୍ତି। ସେହିଭଳି ମୟୂରଭଂଜରେ ଡୋକ୍ରା କଳା ସାମଗ୍ରୀ ଏବଂ କଟକରେ ତାରକସି ଉପହାର ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର