ମାସ୍ ଇଭେଣ୍ଟସ୍ ପକ୍ଷରୁ ଓଡ଼ିଶା ମୋସନ ପିକ୍ଚର ଆୱାର୍ଡ: ‘ତୋ ପାଇଁ ଫେରିବି ବସୁଧା ଚିରି’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ମାସ୍ ଇଭେଣ୍ଟସ୍ ପକ୍ଷରୁ ଗୀତଗୋବିନ୍ଦ ସଦନ ଠାରେ ଓଡ଼ିଶା ମୋସନ ପିକ୍ଚର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ତୋ ପାଇଁ ଫେରିବି ବସୁଧା ଚିରି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘କଳାପାହାଡ଼’ର ପୋଷ୍ଟର ରିଲିଜ ହୋଇଥିଲା। କାର୍ଯ୍ୟକ୍ରମରେ ସିନେମା ଜଗତର ବିଭିନ୍ନ କ୍ଷେତ୍ର ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି, ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ହର ରଥ, ଶ୍ରେଷ୍ଠ ଲେଖକ ନିର୍ମଳ ନାୟକ, ଶ୍ରେଷ୍ଠ ହାସ୍ୟ ଅଭିନେତା ଜୀବନ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାବେ ପ୍ରଦୀପ କୁମାର, ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି।

ସେହିପରି ଶ୍ରେଷ୍ଠ ଶିଶୁ ପ୍ରତିଭା ପ୍ରିୟାଂଶୀ ଜେନା, ଶ୍ରେଷ୍ଠ ନବାଗତା ନାୟିକା ପିଆଲି ଦାଶ, ସିନେ ସାମ୍ବାଦିକ ସୁବ୍ରତ କୁମାର ମହାନି, ଆଙ୍କର ମୁକେଶ କୁମାରଙ୍କୁ ସମ୍ମାନିତ କରାଯାଇଥିଲା। ବହୁ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ବରିଷ୍ଠ କଳାକାର ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ, ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ବାଇଁ ପ୍ରମୁଖଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଗର୍ବ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ସ୍ତମ୍ଭକାର ଅମିୟ ପାଣ୍ଡବ, ସମାଜସେବୀ ନିରୋଜା ଲକ୍ଷ୍ମୀ ମହାପାତ୍ର ଓ ଶକ୍ତି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ। ମୁକେଶ କୁମାର ଓ ମାସ୍ ଇଭେଣ୍ଟସର ସଂଯୋଜକ ମିର୍ ଅହମ୍ମଦ ଅଲ୍ଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର