ଭୁବନେଶ୍ୱର: ଓଡ଼ିଶା ଦର୍ଶନ ପରିଷଦର ୩୦ତମ ବାର୍ଷିକ ଅଧିବେଶନ ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଅଧିବେଶନକୁ ଉଦ୍‌ଘାଟନ କରି ଦର୍ଶନଶାସ୍ତ୍ର ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଗୁଜୁରାଟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଯୋଜନା ବୋର୍ଡର ଉପଦେଷ୍ଟା ରବି ନାରାୟଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦର୍ଶନଶାସ୍ତ୍ର ଶିକ୍ଷାଗ୍ରହଣ କରିବାର ଉପାଦେୟ ଓ ଗୁଣାବତ୍ତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନତକୋତ୍ତର ପରିଷଦର ଅଧ୍ୟକ୍ଷ ସିତାଂଶୁ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ଦର୍ଶନ ପରିଷଦର ଉପସଭାପତି ପ୍ରଫେସର ଗଣେଶ ପ୍ରସାଦ ଦାସ ଅତିଥି ପରିଚୟ ଓ ପରିଷଦର କାର୍ଯ୍ୟକାରୀ ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପଦେଷ୍ଟା ପି.କେ. ମହାପାତ୍ର, ସଭାପତି ଶରତ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପରିଷଦର ବାର୍ଷିକ ସ୍ମରଣୀକା ଉନ୍ମୋଚିତ ହେବା ସହ ଡ. ଧରଣୀରଞ୍ଜନ ଶତପଥୀ, ଗୟାଧର ପଣ୍ଡା, ଡ. ଏସ୍‌. ଚଟ୍ଟୋପଧ୍ୟାୟ ଓ ଡ. ଡି.ଏସ୍‌. ପ୍ରହରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।