ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ଓଡ଼ିଶା ପୁଲିସ ସ˚ଗ୍ରହାଳୟ’

ପ୍ରଦର୍ଶିତ ହେବ ଇ˚ରେଜଙ୍କ ବନ୍ଧୁକ, ରାଜାଙ୍କ ଅସ୍ତ୍ରଶସ୍ତ୍ର, ହାଇଦ୍ରାବାଦର ଏନ୍‌ପିଏ ଗଲା ଓଡ଼ିଶା ପୁଲିସ ପୋଷାକ

କଟକ: ୨୩ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ଓଡ଼ିଶା ପୁଲିସ ସ˚ଗ୍ରହାଳୟ’। ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ବ୍ରିଟିସ ଅମଳର ବନ୍ଧୁକ, ଗୁଳି, ପୁଲିସ ପୋଷାକ ଏବ˚ ରାଜାରାଜୁଡ଼ାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଗ୍ୟାଲେରିରେ ଏସବୁ ଦେଖିବାକୁ ମିଳିବ। ପୁଲିସ ବିଭାଗର ଏଡିଜି ପ୍ରୋଭିଜନି˚ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିନା ଶୁଳ୍କରେ ଲୋକେ ସ˚ଗ୍ରହାଳୟ ବୁଲି ଦେଖିପାରିବେ।

୧୯୯୬ ଏପ୍ରିଲ ୧ ତାରିଖରେ ତତ୍‌କାଳୀନ ପୁଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ ଓଡ଼ିଶା ପୁଲିସ ସ˚ଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୯୭ ଅଗଷ୍ଟ ୨୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନୂତନ ଗୃହ ଉଦ୍‌ଘାଟନ କରିଥିଲେ। ସେବେଠୁ କେବଳ ପୁଲିସ ଅଫିସରଙ୍କ ପାଇଁ ଉକ୍ତ ସ˚ଗ୍ରହାଳୟ ଭିତରକୁ ପ୍ରବେଶ ଅନୁମତି ମିଳୁଥିଲା। ପରିଚୟପତ୍ର ଦେଖାଇ ସେମାନେ ଭିତରକୁ ଯାଇ ପାରୁଥିଲେ। କିନ୍ତୁ ଦର୍ଶକଙ୍କ ସ˚ଖ୍ୟା ବୃଦ୍ଧି ନପାଇବାରୁ ସ˚ଗ୍ରହାଳୟ ଅଲୋଡ଼ା ହୋଇ ପଡ଼ି ରହିଥିଲା। ପୁଲିସ ମୁଖ୍ୟାଳୟ ଭିତର ପଟେ ଏହି ସଂଗ୍ରହାଳୟକୁ ରାସ୍ତା ଥିବା ବେଳେ ଏବେ ବାହାର ପଟକୁ ଆଉ ଏକ ରାସ୍ତା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଓଡ଼ିଶା ଷ୍ଟେଟ୍‌ ପୁଲିସ ହାଉସି˚ ଆଣ୍ତ େଵଲ୍‌ଫେୟାର କର୍ପୋରେସନ୍‌ ଲିମିଟେଡ୍‌ ଏହି ସଂଗ୍ରହାଳୟର ନିର୍ମାଣ ଦାୟିତ୍ବ ନେବ ବୋଲି ସୂଚନା ମିଳିଛି। ଏଥିପାଇଁ ୪ ଲକ୍ଷ ଟଙ୍କାର ବଜେଟ ରହିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ସ˚ଗ୍ରହାଳୟ ଖୋଲାଯିବ। ୧୯୩୬ ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପରଠାରୁ ବନ୍ଧୁକ, ଲ୍ୟାମ୍ପ, ଖଣ୍ତା, ଢାଲ, ପୁଲିସର ପୋଷାକ, ପୁଲିସ ବିଭାଗ ସ˚କ୍ରାନ୍ତ ବହି, ସିଗ୍‌ନାଲ ବିଭାଗର ଟ୍ରାନସ୍‌ମିଟର, ଯୋଗାଯୋଗରେ ବ୍ୟବହୃତ ଯନ୍ତ୍ରା˚ଶ ଭଳି ୯୦ ପ୍ରକାରର ସାମଗ୍ରୀ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ନ୍ୟାସ୍‌ନାଲ ପୁଲିସ ଏକାଡେମି (ଏସ୍‌ଭିପିଏନ୍‌ପିଏ)ରେ ଖୋଲିଥିବା ସ˚ଗ୍ରହାଳୟକୁ ଓଡ଼ିଶା ପୁଲିସର ଲୋଗୋ, ପତାକା, ପୋଷାକ ଇତ୍ୟାଦି ପଠାଯାଇଛି। ସେଠାରେ ଏବେ ଓଡ଼ିଶା ପୁଲିସର ଉକ୍ତ ସାମଗ୍ରୀଗୁଡ଼ିକ ପ୍ରଦର୍ଶିତ କରାଯାଉଛି।

ସମ୍ବନ୍ଧିତ ଖବର