ବିଜୁଳି କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର : ଓଏସ୍‌ଇବି ବିଜୁଳି କର୍ମଚାରୀ ସଂଘର ୪୫ତମ ରାଜ୍ୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଖିଳ ଭାରତୀୟ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଡ.ସୌରୀବନ୍ଧୁ କର ଏବଂ ଏଆଇଟିୟୁସିର ଅନ୍ୟତମ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ସୁର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସାଂପ୍ରତିକ କେନ୍ଦ୍ର ସରକରାଙ୍କ ଶ୍ରମିକ ବିରୋଧୀ କାର୍ଯ୍ୟକଳାପ, ଘରୋଇ ଶିଳ୍ପ ସଂସ୍ଥାମାନଙ୍କୁ ଅନୁକମ୍ପା ପ୍ରଦାନ କରିବା ସହ ରାଜ୍ୟରେ ବିଦ୍ୟୁତ୍‌ କ୍ଷେତ୍ରରେ ଦେଖାଦେଇ ଥିବା ସଙ୍କଟ ବିଷୟରେ ଆଲୋଚନା କରିଥିଲେ। ସଂଗଠନର ସଭାପତି ଯତୀନ୍ଦ୍ର କୁମାର ରାୟ ଠିକା ଶ୍ରମିକମାନଙ୍କୁ ନିୟମିତ ନିଯୁକ୍ତି ଦେବା ଓ ସେମାନଙ୍କୁ ସମାନ କାମ ସହ ସମାନ ମଜୁରି ଦେବା ପାଇଁ ଦାବି କରିଥିଲେ। ୨୦ ତାରିଖରେ ରାଜଧାନୀରେ ହେବାକୁ ଥିବା ବିଶାଳ ବିଦ୍ୟୁତ୍‌ ଶ୍ରମିକ ସମାବେଶକୁ ସଫଳ କରିବା ପାଇଁ କହିଥିଲେ।

ଏହି ସମ୍ମିଳନୀରେ ସାଧାରଣ ସଂପାଦକ ଭ୍ରମରବର ରାଉତ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକୁଳଚନ୍ଦ୍ର ନାଥ ପ୍ରମୁଖ, ବି ପି ବସୁମଲ୍ଲିକ, ଶମ୍ଭୁନାଥ ମହାପାତ୍ର, ଶ୍ରୀକୃଷ୍ଣ ପଟ୍ଟନାୟକ, ଶୁଭେନ୍ଦୁ ଛୋଟରାୟ ପ୍ରମୁଖ ଯୋଗଦେଇଥିଲେ। ସମ୍ମିଳନୀର ପ୍ରସ୍ତାବ ମୁତାବକ ଆଗାମୀ ବର୍ଷ ପାଇଁ ଉପଦେଷ୍ଟା ଭାବେ ଯତୀନ୍ଦ୍ର କୁମାର ରାୟ, ସଭାପତି ଭାବେ ଭ୍ରମରବର ରାଉତ, ଶରତ ଆଚାର୍ଯ୍ୟ ସାଧାରଣ ସଂପାଦକ, ସିଭିଏନ୍‌ ରାଓ ଉପ-ସଭାପତି, ରମେଶ ମିଶ୍ର ସଂପାଦକ ଓ କାର୍ଯ୍ୟକାରୀ ସଭ୍ୟ ଭାବେ ସନ୍ତୋଷ କୁମାର ସେନାପତି ନିର୍ବାଚିତ ହୋଇଥିଲେ। ସେହିପରି ସଂଗଠନ ସଂପାଦକ ଭାବେ କେଶବ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଭାବେ ଶ୍ୟାମସୁନ୍ଦର ସ୍ୱାଇଁ ଓ ଉପ ସଭାପତି ଭାବେ ଟି ବିଜୟ ପାତ୍ର ଓ କୃପାସିନ୍ଧୁ ମୁଦୁଲି ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର