ଭୁବନେଶ୍ୱର : ୭ ଦଫା ଦାବି ନେଇ ଆଜି ଓଡ଼ିଶା ପାଓ୍ଵାର ଟ୍ରାନ୍ସମିସନ୍ ଇଞ୍ଜିନିୟର୍ସ ଆସୋସିଏସନ୍ର କର୍ମକର୍ତା ଓ ସଭ୍ୟମାନେ ସହିଦନଗର ସ୍ଥିତ ଓପିଟିସିଏଲ୍ ଓ ଗ୍ରିଡ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି। ବିଦ୍ୟୁତ୍ ଇଂଜିନିୟରଙ୍କ ପାଇଁ ସ୍ୱତନ୍ତ୍ର ବେତନ ହାର ଓ ଭତ୍ତା ପ୍ରଚଳନ କରିବା, ନିର୍ଧାରିତ ସମୟରେ ପଦୋନ୍ନତି, ସମସ୍ତଙ୍କ ପାଇଁ ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ସୁନିଶ୍ଚିତ କରାଇବା, ଏକ ସ୍ୱଚ୍ଛ ବଦଳି ନୀତିର ପ୍ରଚଳନ କରିବା, ସ୍ୱୀକୃତିପ୍ରାପ୍ତ ସମସ୍ତ ପଦବି ପଦୋନ୍ନତି ମାଧ୍ୟମରେ ଅବିଳମ୍ବେ ପୂରଣ କରିବା ଆଦି ୭ ଦଫା ଦାବି ନେଇ ସଂଘର କର୍ମକର୍ତାମାନେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ତେବେ ଓପିଟିସିଏଲ୍ର ମାନବସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତି ସଂଘ ସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କୁ ଫୋନ୍ କରି ଘଟଣା ବିଷୟରେ ଆଲୋଚନା କରିବା ସହ ଏକ କାର୍ଯ୍ୟ ଦିିବସରେ ଏହାର ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଉଠିଥିଲେ। ଯଦି ଦାବିଗୁଡ଼ିକୁ ପୂରଣ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଓଡ଼ିଶା ପାଓ୍ଵାର ଟ୍ରାନ୍ସମିସନ୍ ଇଞ୍ଜିନିୟର୍ସ ଆସୋସିଏସନ୍ର ଧାରଣା
/sambad/media/post_attachments/wp-content/uploads/2018/03/opte-dharana-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)