ଭୁବନେଶ୍ୱର: ୭ ଦଫା ଦାବି ନେଇ ଆଜି ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍ ପକ୍ଷରୁ ଲୋୟର ପିଏମ୍ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ବିଦ୍ୟାଳୟ ସଂଗଠକମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟରପିଏମ୍ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଦାବି କରିଥିଲେ ଯେ, ସମସ୍ତ ଘରୋଇ ବିଦ୍ୟାଳୟକୁ ସ୍ଥାୟୀ ସିଓଆର ଓ ସରକାରୀ ଜମି ସହ ପାଠ୍ୟ ପୁସ୍ତକ ପ୍ରଦାନ କରିବା, ଶିକ୍ଷାଧିକାର ଆଇନ ୨୦୦୯-୧୦ ବର୍ଷର ତର୍ଜମା ନିମନ୍ତେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା, ୨୫% ମାଗଣା ଶିକ୍ଷା ବକେୟା ପ୍ରଦାନ କରାଯିବା, ବିଭିନ୍ନ ବୃତ୍ତି ପରୀକ୍ଷା ପାଇଁ ସୁଯୋଗ ଦେବା, ଶିକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନେଉଥିବା ଉଚ୍ଚସ୍ତରୀୟ କମିଟିରେ ଅପୋସାକୁ ସାମିଲ କରିବାକୁ ସଂଘ ଦାବି କରିଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ, ଘରୋଇ ସ୍କୁଲଗୁଡିକ ସିଓଆର ଅଧୀନରେ ସାମିଲ ହେବା ପାଇଁ ସରକାର ଯେଉଁ ନିୟମ ପ୍ରଚଳନ କରିଛନ୍ତି ତାହା ପାଳନ କରିବା କଷ୍ଟ ସାଧ୍ୟ। ସରକାର ଏହି ସ୍କୁଲଗୁଡ଼ିକୁ ପ୍ରୋତ୍ସାହନ ବଦଳରେ ବୈମାତୃକ ମନୋଭାବ ଦେଖାଉଛନ୍ତି। ଏଦିଗରେ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ଦାବି ନେଇ ସରାକର ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅବନ୍ତୀ ସୁତାର, ରମାବଲ୍ଲଭ ପରିଡ଼ା, ଅଜିତ କୁମାର ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍ର ବିକ୍ଷୋଭ
/sambad/media/post_attachments/wp-content/uploads/2018/09/m20-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)