ଭୁବନେଶ୍ୱର: ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଆମକୁ କେବଳ ବରିଷ୍ଠ ନୁହେଁ, ତରୁଣ ଓ ନୂଆ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ସେମାନଙ୍କୁ ବିଶ୍ୱସ୍ତରୀୟ ବିଶିଷ୍ଟ ସାହିତ୍ୟିକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ଦେବା ସହ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଚିତ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଆଜି ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସାହିତ୍ୟ ଏକାଡେମିର ୬୧ତମ ସ୍ୱନକ୍ଷତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାମଲ ଏହା କହିଛନ୍ତି। ଏକାଡେମିର ସଭାପତି ହରିହର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମିର ସଚିବ ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ। ପୂର୍ବରୁ ଏକାଡେମି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବାବଦଙ୍କୁ ସେମାନଙ୍କୁ ମାନପତ୍ର ସହ ମହାପୁରୁଷଙ୍କ ପୁସ୍ତକ ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁଦିତ ତଥା ଓଡ଼ିଶା ସାହିତ୍ୟ ଏକାଡେମି ଦ୍ୱାରା ପ୍ରକାଶିତ ଗଦ୍ୟ ମହାଭାରତର ‘ବନପର୍ବ’ ଓ ‘ଶଲ୍ୟ-ସୌସ୍ତିକ ପର୍ବ’ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।
ତରୁଣ ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଦିଆଯାଉ
ଓଡ଼ିଶା ସାହିତ୍ୟ ଏକାଡେମିର ସ୍ୱନକ୍ଷତ୍ର ସମାରୋହ
/sambad/media/post_attachments/wp-content/uploads/2018/07/asit-odisha-sahitya-ekademi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)